Hormuz stay / ହର୍ମୁଜରୁ ଫେରି ବଖାଣିଲେ ସେଇ ଲୋମ ଟାଙ୍କୁରା କାହାଣୀ
·5 months ago·2 min read

Key Points
ଓଡ଼ିଶାରେ ପହଞ୍ଚିଲେ ଅଶୋକ ଦୀକ୍ଷିତ
ହର୍ମୁଜ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ
ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ବେଶ୍ ଖୁସିର ଲହରୀ

ଭୁବନେଶ୍ୱର ୧୨/୦୪: ଓଡ଼ିଶାରେ ପହଞ୍ଚିଲେ ଅଶୋକ ଦୀକ୍ଷିତ । ହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ । ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ ଫେରିଛନ୍ତି । ଆଉ ଆଜି ନିଜ ଜନ୍ମ ମାଟିରେ ପହଞ୍ଚିଛନ୍ତି ଅଶୋକ । ଏନେଇ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ବେଶ୍ ଖୁସିର ଲହରୀ ଖେଳିଯାଇଛି ।
ସେହି ୩୬ ଦିନର ସେହି ବିପଦଜନକ ଯାତ୍ରାକୁ କ୍ୟାମେରା ଆଗରେ ବଖାଣିଛନ୍ତି ନିଜେ ଅଶୋକ । ଗ୍ୟାସ ସିଲିଣ୍ଡର ଭରା ଜାହାଜ ଉପରେ ଉତକ୍ଷେପଣ ହେଉଥିବା ମିସାଇଲ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ବୋଲି କହିଛନ୍ତି ଅଶୋକ। କେବଳ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାକୁ ଜୀବିତ ଫେରିଛନ୍ତି ବୋଲି କହିଛନ୍ତି ଅଶୋକ। ଏଥିସହିତ ତାଙ୍କ ପତ୍ନୀ ଓ ଝିଅ ଅଶୋକଙ୍କ ଫେରିବାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି। ଏହା ସହ ଅଶୋକ ନିଜ ଦେଶବାସୀଙ୍କ ପାଇଁ ଗୁଣ୍ଡୁଚି ମୂଷା ପରି କାମରେ ଆସିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି। ଭାରତୀୟ ନୌସେନାକୁ ସାଲ୍ୟୁଟ କରିବା ସହ ସମସ୍ତ ଭାରତବାସୀଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି।
ପଢନ୍ତୁ ଏହି ଖବର: ଇରାନ ସହ ୨୧ ଘଣ୍ଟାର ଆଲୋଚନା ବିଫଳ, ଶାନ୍ତି ଆଲୋଚନାରେ ବାହାରିଲାନି କୌଣସି ନିଷ୍କର୍ଷ
ସେପଟେ ଏବେ ବଦଳୁଛି ପଶ୍ଚିମ ଏସିଆର ସ୍ଥିତି। ହୋର୍ମୁଜ ଦେଇ ଭାରତ ଆସୁଛି ୨୦ ହଜାର ୪୦୦ ମେଟ୍ରିକ ଟନ୍ ଏଲ୍ପିଜି। ପେଟ୍ରୋଲିୟ ଏବଂ ଗ୍ୟାସ ଯୋଗାଣକୁ ତ୍ବରାନ୍ବିତ କରିବା ଦିଗରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପେଟ୍ରୋଲ, ଡିଜେଲ, ଏଲ୍ପିଜି ଆତଙ୍କିତ ହୋଇ ନ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଲପିଜି ଗ୍ରାହକମାନେ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବା ଏବଂ ବିତରକଙ୍କ ନିକଟକୁ ନ ଯିବାକୁ ପରାମର୍ଶ ରହିଛି। ପିଏନ୍ଜି, ଇଲେକ୍ଟ୍ରିକ କୁକ୍ କିମ୍ବା ଇଣ୍ଡକ୍ସନ ବ୍ୟବହାର କରିବାକୁ ଲୋକଙ୍କୁ କୁହାଯାଉଛି। ମନ୍ତ୍ରଣାଳୟ କହିଛି ଯେ, ଏବେ ଦେଶରେ ଏଲ୍ପିଜି ଯୋଗାଣ ସ୍ବାଭାବିକ ରହିଛି। ଗୁରୁବାର ୫୧.୫ ଲକ୍ଷରୁ ଉର୍ଦ୍ଧ୍ବ ସିଲିଣ୍ଡର ବିତରଣ କରାଯାଇଛି।
ପିଏନ୍ଜି ନେଟୱର୍କ ବ୍ୟାପକ ହେଉଛି। ୨୬ ହଜାରରୁ ଉର୍ଦ୍ଧ ପିଏନ୍ଜି ଗ୍ରାହକ ଏଲ୍ପିଜି ସଂଯୋଗ ଫେରାଇଛନ୍ତି। ଗତ ୮ ଦିନ ମଧ୍ୟରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନି ଗୁଡ଼ିକ ୫ କିଲୋଗ୍ରାମ ଏଫ୍ଟିଏଲ୍ ସିଲିଣ୍ଡର ଲାଗି ୨୯୦୦ ଶହ ସଚେତନତା ଶିବିର ଆୟୋଜନ କରିଛନ୍ତି। ଉପସାଗରୀୟ ଅଞ୍ଚଳରୁ ସୁରକ୍ଷିତ ଭାବେ ଫେରିଛନ୍ତି ଭାରତୀୟ ନାବିକ । ଗତ ୨୪ ଘଣ୍ଟା ମଧ୍ୟରେ ଫେରିଛନ୍ତି ୮୧ ଜଣ। ଭାରତୀୟ ମିଶନ ଏବଂ ପୋଷ୍ଟ ଗୁଡ଼ିକ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ ସହ ଭାରତୀୟ ନାଗରିକଙ୍କୁ ସହାୟତା ଜାରି ରହିଛି।

Related Topics
Explore more stories