Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଚାର ଆରମ୍ଭ କଲେ ବିଜେପିର ଦୁଇ ଟାଣୁଆ ନେତା

Odisha

ପ୍ରଚାର ଆରମ୍ଭ କଲେ ବିଜେପିର ଦୁଇ ଟାଣୁଆ ନେତା

Smruti Parija
Browse all articles by Smruti Parija
·2 years ago·2 min read
ପ୍ରଚାର ଆରମ୍ଭ କଲେ ବିଜେପିର ଦୁଇ ଟାଣୁଆ ନେତା

ପୁରୀ: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ଅଭିଯାନ ଆରମ୍ଭ କଲେ ପୁରୀ ଜିଲ୍ଲା ବିଜେପିର ଦୁଇ ଟାଣୁଆ ପ୍ରାର୍ଥୀ । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଓ ମହିଳା ନେତ୍ରୀ ପ୍ରଭାତି ପରିଡ଼ା ଆଜି ଜଗନ୍ନାଥ ଦର୍ଶନ କରିବା ସହ ନିଜର ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି । ଆଶ୍ରିତ ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ପ୍ରଭାତି ନିମାପଡ଼ା ବିଧାନସଭା ପ୍ରାର୍ଥୀନି ଭାବରେ ବିଜେପି ଟିକେଟ୍ ହାତେଇଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପରେ ନିଜ ନିଜର ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିବା ସହ ପୁରୀ ଜିଲ୍ଲା ଅନ୍ତର୍ଗତ ୬ ଟି ଯାକ ବିଧାନସଭା  ଆସନ ବିଜେପି ହାତେଇବ ବୋଲି କହିଛନ୍ତି । ମହାପ୍ରଭୁଙ୍କ ପାଖରେ ନିଜର ଲୋକସେବାକୁ ସମର୍ପଣ କରିଛୁ । ତାଙ୍କୁ ହିଁ ସବୁ ଶ୍ରେୟ ବୋଲି ଉଭୟ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଓ ଲୋକ କଲ୍ୟାଣ ଯୋଜନାକୁ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । 

୧୭ ବର୍ଷର ରାଜନୀତିରେ ଲୋକଙ୍କ ପାଇଁ ସେବା କରିବା ସହ ଅଧର୍ମ ବିରୋଧରେ ଲଢେଇ ଜାରି ରଖିଛି । ଲୋକ ଥରୁଟିଏ ମତେ ବିଶ୍ୱାସ କରିବେ ବୋଲି କହିଛନ୍ତି ପ୍ରଭାତୀ । ଠିକ୍ ସେହିପରି ପିପିଲିରେ ୩୫ ବର୍ଷର ପରିବାରବାଦ ଏଇ ଥର ଶେଷ ହେବ ବୋଲି କହିଛନ୍ତି ଆଶ୍ରିତ । ଖଣି,ଖଦାନ,ଜମି, ମାଫିଆଙ୍କୁ ଏଥର ନିର୍ବାଚନ ଉଚିତ୍ ଜବାଵ ଦେବ ବୋଲି କହିଛନ୍ତି ଆଶ୍ରିତ ।
ଆଶ୍ରିତଙ୍କ ବିରୋଧରେ ପିପିଲିରେ ଶାସକ ଦଳର ବାହୁବଳୀ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀ ରହିଥିବା ବେଳେ ସ୍ୱର୍ଗତ ମହାରଥୀଙ୍କ ମୃତ୍ୟୁ ପରେ ଆଶ୍ରୀତଙ୍କ ଠାରୁ ଉପନିର୍ବାଚନରେ ବାଜିମାତ କରିଥିଲେ ରୁଦ୍ର । ଠିକ୍ ସେହିଭଳି ପ୍ରଭାତୀ ନିମାପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଠାରୁ ହାରି ଥିବାବେଳେ ଚଳିତ ଥର ଏଯାବତ୍ ପ୍ରଭାତୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିନି ଶାସକ ଦଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
ashtrit-pattnaik-and-prabhati-parida-took-blessings-of-lord-jagannath-before-election-campaign | Argus News