Videos
|
Odisha

Police Misconduct / ଖାକି ପୋଷାକରେ କଳଙ୍କ ! ମହିଳା ହୋମଗାର୍ଡଙ୍କ ଅଭିଯୋଗ ପରେ ଏଏସ୍‌ଆଇ ନିଲମ୍ବିତ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଖାକି ପୋଷାକରେ କଳଙ୍କ ! ମହିଳା ହୋମଗାର୍ଡଙ୍କ ଅଭିଯୋଗ ପରେ ଏଏସ୍‌ଆଇ ନିଲମ୍ବିତ
Police

Key Points

ଖାକିରେ ଲାଗିଲା ଦାଗ
ମହିଳା ହୋମଗାର୍ଡଙ୍କୁ ASIଙ୍କ ଅସଦାଚରଣ ଅଭିଯୋଗ
କଣିହାଁ ଥାନା ASI ଏନ୍. ରାଜେନ୍ଦ୍ର ନିଲମ୍ବିତ
ପ୍ରଥମେ ବଦଳି, ପରେ ASIଙ୍କୁ ନିଲମ୍ବନ କଲେ ଅନୁଗୋଳ ଏସ୍‌ପି
କଣିହା,୧୨/୧୧: ପୁଣି ଖାକିରେ ଲାଗିଛି ଦାଗ । ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ ଅନୁଗୋଳ ଜିଲ୍ଲା କଣିହାଁ ଥାନାରେ କାର୍ଯ୍ୟରତ ଏଏସଆଇ ଏନ୍. ରାଜେନ୍ଦ୍ରଙ୍କୁ ନିଲମ୍ବିତ କରାଯାଇଛି। କଣିହାଁ ଥାନାର ଏଏସ୍ଆଇ ଏନ୍. ରାଜେନ୍ଦ୍ର କୁମାରଙ୍କୁ ନିଲମ୍ବିତ କରିଛନ୍ତି ଅନୁଗୁଳ ଏସ୍ପି।  ଜଣେ ମହିଳା ହୋମଗାର୍ଡ ଡ୍ୟୁଟିରେ ଥିବା ସମୟରେ ଏଏସ୍ଆଇ ଏନ୍. ରାଜେନ୍ଦ୍ର କୁମାର ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ନିଜ କାର୍ଯ୍ୟସ୍ଥଳରେ ଏଭଳି ଅପମାନଜନକ ବ୍ୟବହାରର ଶିକାର ହେବା ପରେ ମହିଳା ହୋମଗାର୍ଡ ଜଣକ ଚୁପ୍ ନରହି ଏନେଇ କଣିହାଁ ଥାନା ଅଧିକାରୀଙ୍କ ନିକଟରେ ଆନୁଷ୍ଠାନିକ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଗୁରୁତର ସହ ନେଇ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ଅଭିଯୋଗ ସମ୍ପର୍କରେ ବିଭିନ୍ନ ଦିଗରୁ ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଦୁର୍ବ୍ୟବହାର ନେଇ ପ୍ରମାଣ ମିଳିବା ପରେ ଏଏସ୍ଆଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ବାଟ ଫିଟିଥିଲା। ଏହାପରେ ଅନୁଗୁଳ ଏସ୍ପି ଏଏସ୍ଆଇ ଏନ୍. ରାଜେନ୍ଦ୍ର କୁମାରଙ୍କୁ ନିଲମ୍ବିତ କରିଛନ୍ତି। ଜଣେ ମହିଳା କର୍ମଚାରୀଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ପୋଲିସ ବିଭାଗର ଏହି ପଦକ୍ଷେପ ଏବେ ଗୁରୁତ୍ୱ ବହନ କରୁଛି।

ପଢନ୍ତୁ ଏହି ଖବର: ଥାନା ଭିତରେ ମା'ପୁଅଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା,ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ DGP

ପୋଲିସ ବିଭାଗରେ ଶୃଙ୍ଖଳା ଓ କର୍ମଚାରୀଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ଅତ୍ୟନ୍ତ ଜରୁରୀ। ବିଶେଷକରି ମହିଳା କର୍ମଚାରୀଙ୍କ ସହ କାର୍ଯ୍ୟସ୍ଥଳରେ ଦୁର୍ବ୍ୟବହାର ଭଳି ଅଭିଯୋଗ ଆସିଲେ ତାହାର ନିରପେକ୍ଷ ତଦନ୍ତ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଏହି ଘଟଣାରେ ଅଭିଯୋଗ ପରେ ଆଭ୍ୟନ୍ତରୀଣ ତଦନ୍ତ ଏବଂ ତା'ପରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ସେହି ଦିଗକୁ ଇଙ୍ଗିତ କରୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଘଟଣାକୁ ନେଇ ପୋଲିସ ବିଭାଗର ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ ଏବଂ ବିଭାଗୀୟ ତଦନ୍ତରେ ଆଗକୁ କି ପ୍ରକାର ନିଷ୍ପତ୍ତି ନିଆଯିବ, ତାହା ଉପରେ ଏବେ ନଜର ରହିଛି। ମହିଳା ହୋମଗାର୍ଡଙ୍କ ଅଭିଯୋଗ ପରେ ତଦନ୍ତ ଏବଂ ଶେଷରେ ଏଏସ୍ଆଇଙ୍କ ନିଲମ୍ବନ। କଣିହାଁ ଥାନାର ଏହି ଘଟଣା ପୋଲିସ ବିଭାଗରେ ଶୃଙ୍ଖଳା ଓ ମହିଳା କର୍ମଚାରୀଙ୍କ ସମ୍ମାନର ପ୍ରଶ୍ନକୁ ପୁଣି ସାମ୍ନାକୁ ଆଣିଛି।