Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରଶ୍ନ ପଚାରିଲେ କାହିଁକି ଏଡ଼ାଇ ପଳାଉଛନ୍ତି ବିଜେଡିର ତୁଙ୍ଗନେତା ?

Odisha

ପ୍ରଶ୍ନ ପଚାରିଲେ କାହିଁକି ଏଡ଼ାଇ ପଳାଉଛନ୍ତି ବିଜେଡିର ତୁଙ୍ଗନେତା ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପ୍ରଶ୍ନ ପଚାରିଲେ କାହିଁକି ଏଡ଼ାଇ ପଳାଉଛନ୍ତି ବିଜେଡିର ତୁଙ୍ଗନେତା ?

ଅର୍ଗସ ବ୍ୟୁରୋ:  ମଞ୍ଚ ଉପରେ ବଡ଼ ବଡ଼ କଥା।  ଆଉ ମଞ୍ଚତଳକୁ ଆସିବା ପରେ ଲୋକଙ୍କ ସମସ୍ୟା କଥା ପଚାରିଲେ ବାହାନା ଦେଖାଇ ଖସି ପଳାଇବାକୁ ଉଦ୍ୟମ କରୁଛନ୍ତି ବିଜେଡିର ତୁଙ୍ଗନେତା। ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ଚାଉଳ କିଣିବା ପ୍ରସଙ୍ଗରେ କେନ୍ଦ୍ରକୁ ଦାୟୀ କରି ଭାଷଣ ମାରିଥିଲେ ସମ୍ବଲପୁରରେ ବିଜେଡି ସାଂସଦ ପ୍ରାର୍ଥୀ  ପ୍ରଣବ ପ୍ରକାଶ ଦାସ। ଆଉ ମଞ୍ଚରୁ ଓହ୍ଲାଇବା ପରେ ଯେତେବେଳେ ସାମ୍ବାଦିକ ମଣ୍ଡି ସମସ୍ୟା ନେଇ ପ୍ରଶ୍ନ କରୁଛନ୍ତି ଦେଖନ୍ତୁ କିପରି କର୍ମୀଙ୍କୁ ଭେଟିବାର ବାହାନା ଦେଖାଇ ଖସି ପଳାଉଛନ୍ତି ବବି ଦାସ। ଆଉ ସାମ୍ବାଦିକ ଯେତେବେଳେ ପ୍ରଶ୍ନର ଉତ୍ତର ଦେବାକୁ ଅଡି ବସୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପଢାଉଛନ୍ତି ଭଦ୍ରାମୀର ପାଠ। ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଏ ପ୍ରକାରଣ ଆଚରଣ କଣ ଭଦ୍ରାମୀ। ଖାଲି ସେତିକି ନୁହେଁ ତାଙ୍କୁ ଧାନ ମଣ୍ଡି ସମସ୍ୟା କଥା ପଚାରିଲେ ଉତ୍ତର ଦେଉଛନ୍ତି କେନ୍ଦ୍ର ଚାଉଳ କିଣିଲାନି।

ସମ୍ବଲପୁରକୁ ମହାନଗର ନଗମ ଘୋଷଣାର 10 ବର୍ଷ ପରେ ବି ହୋଇପାରିଲାନି ନିର୍ବାଚନ। ସମ୍ବଲପୁରବାସୀଙ୍କ ଭାଗ୍ୟ ଲୋକପ୍ରତିନିଧିଙ୍କ ବଦଳରେ ବାବୁଙ୍କ ହାତରେ। ଏ କଥା ପଚାରିଲେ ଦେଖନ୍ତୁ କିପରି କୋର୍ଟଙ୍କ ବାହାନା ଦେଇ ଖସି ପଳାଉଛନ୍ତି। ଖାଲି ସାଂସଦ ପ୍ରାର୍ଥୀ ନୁହନ୍ତି ସମ୍ବଲପୁରରୁ ବିଜେଡିର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ବି ଦେଖନ୍ତୁ କିପରି ଚାଷୀଙ୍କ କଥା ପଚାରିଲା ବେଳକୁ ଧାଇଁ ପଳାଉଛନ୍ତି।

ପୂରା ସମ୍ବଲପୁର ଜିଲ୍ଲାର ଧାନର ଅଭାବୀ ବିକ୍ରି ଏକ ବଡ଼ ସମସ୍ୟା। ମଣ୍ଡିରେ ସରକାରୀ ଅଧିକାରୀ ଓ ମିଲ ମାଲିକଙ୍କ ଦ୍ବାରା ଶୋଷଣର ଶୀକାର ହେଉଛନ୍ତି ହଜାର ହଜାର ଚାଷୀ। ଏହାକୁ ନେଇ ଚାଷୀମାନେ ବାରମ୍ବାର ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ନିର୍ବାଚନ ସମୟରେ ଯେତେବେଳ 25 ବର୍ଷର ସରକାରଙ୍କୁ ଜବାବ ଦେବାର ସମୟ ଆସିଛି। ଶାସକ ଦଳର ତୁଙ୍ଗନେତା ବାହାନା ଦେଖାଇ ଖସି ପଳାଉଛନ୍ତି। ଆଉ ସାଧରଣ ଲୋକଙ୍କ ସମସ୍ୟା ବିଷୟରେ ପଚାରିଲେ ମହିଳା ସାମ୍ବାଦିକାଙ୍କୁ ପଢାଉଛନ୍ତି ଭଦ୍ରାମୀର ପାଠ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Painting
Sponsored
Asked the question, why is the popular minister of BJd running away? | Argus News