Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜମି ଟିକେଟ୍ କରାଇଦେବାକୁ କହି ଖାଇଗଲେ ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜମି ଟିକେଟ୍ କରାଇଦେବାକୁ କହି ଖାଇଗଲେ ଟଙ୍କା

ଅର୍ଗସ ବ୍ୟୁରୋ:  କରଞ୍ଜିଆ ଏନ ଏ ସି ୱାର୍ଡ ନମ୍ବର -15 ବସ ଷ୍ଟାଣ୍ଡ ନିକଟ ମୁଚି ସାହିରେ ବସବାସ କରନ୍ତି 25 ପରିବାର... ରହୁଥିବା ସ୍ଥାନର ଖଜଣା ମଧ୍ୟ୍ୟ ଦେଉଛନ୍ତି...କିନ୍ତୁ ଆଜି ଯାଏଁ ସେମାନଙ୍କୁ ମିଳିନି ଜମି ପଟ୍ଟା ...ପୂର୍ବର 25ବର୍ଷ ବିଜେଡି ଶାସନରେ ଏମିତି ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି... ଏନେଇ ଏନ ଏ ସି କର୍ତ୍ତୃପକ୍ଷଙ୍କୁ ବାରମ୍ଵାର ଅଭିଯୋଗ ପରେ ଏନ ଏ ସି କର୍ତ୍ତୃପକ୍ଷ ୱାର୍ଡ ବାସୀଙ୍କ ପାଖରୁ ଜମି ଟିକେଟ କରାଇଦେବା ଆଳରେ ହଜାର ହଜାର ଟଙ୍କା  ଲୁଟି ନେଇଥିବା ଅଭିଯୋଗ ହୋଇଛି...କିନ୍ତୁ ମିଳିନି ଜମି ପଟ୍ଟା... ଦୁର୍ଦିନରେ କାଟୁଛନ୍ତି ଜୀବନ ।

ଖାଲି ଜମି ପଟ୍ଟା ନୁହଁ ... ଘରକୁ ଘର ପାଇପ ଲାଇନ ବିଛା ଯାଇଛି ହେଲେ ପାଣି ଆସୁନି...ତେଣୁ ନିଇତି ପାଣି ପାିଁ କରିବାକୁ ପଡ଼େ ସଂଙ୍ଘର୍ଷ...  ସେହିପରି ଏଠାରେ ବସୱାସ କରୁଥିବା  ବହୁ ବୟସ୍କ ମହିଳା ଓ ପୁରୁଷ ଭତା ପାଇବାରୁ ବଞ୍ଚିତ ରହିଛନ୍ତି .. କିନ୍ତୁ ଏମାନଙ୍କ ଦୁଖ ଶୁଣିବାକୁ କେହି ନାହାଁନ୍ତି ...25 ବର୍ଷର ବିଜେଡି ସରକାରରେ କେବଳ ପ୍ରତାରଣାର ଶିକାର ହୋଇଛନ୍ତି ୱାର୍ଡ ବାସି... ଏବେ ରାଜ୍ୟରେ  ନୂତନ ସରକାର... ତେଣୁ ଏଠିକାର ସମସ୍ୟା ସୱୁକୁ ବୁଝି ଏହାର ସମାଧାନ କରିବାକୁ ନିବେଦନ କରିଛନ୍ତି ଏଠିକାର ଅଧିବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Asking for a land ticket, he ate money | Argus News