ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସାମ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଓଡିଶାରେ ହେବ ବିଜେପିର ସରକାର ଆଉ ଶପଥ ଗ୍ରହଣ ସମାରୋହରେ ମୁଁ ଆସିବି ବୋଲି ହିମନ୍ତ ବିଶ୍ୱଶର୍ମା ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଆଜି କହିଛନ୍ତି। ଏହି କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର, ଏଥିଲାଗି ଦର୍ଶନ କରିବାକୁ ଆସିଥିଲି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ଦିନଠାରୁ ଓଡିଶା ପାଇଁ ବିଭିନ୍ନ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ ଚିନ୍ତା କରିଛନ୍ତି । ଏଥିଲାଗି ଓଡ଼ିଶାର ଲୋକେ ଭାରତୀୟ ଜନତା ପାର୍ଟିକୁ ସେବା କରିବାର ସୁଯୋଗ ଦେବେ । ଏହି ସୁଯୋଗର ଆଶୀର୍ବାଦ ଜଗତରନାଥ ଜଗନ୍ନାଥ ହିଁ କରିବେ ।
ବିଜୁ ଜନତା ଦଳ କେବଳ ଓଡ଼ିଶାରେ ଏକ ମାହୋଲ ତିଆରି କରିଛି । କିନ୍ତୁ ପ୍ରକୃତରେ ଲୋକେ ବିଜେପିକୁ ପସନ୍ଦ କରୁଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା । ମାତ୍ର ୪ପ୍ରତିଶତ ଭୋଟ ବ୍ୟବଧାନ ଥିଲା । ଦେଖୁ ଦେଖୁ ଓଡିଶାରେ ବିଜେପି ସରକାର ଗଠନ ହୋଇଯିବ । ମୋଦିଜୀ ୫ବର୍ଷ ହେଲା ଯେତେ କାମ କରିଛନ୍ତି ସେଥିରେ ଆଉ ୪ପ୍ରତିଶତ ଭୋଟ ଆପେ ଆପେ ଆସିଗଲାଣି । ଗତଥର ବିଜେପିକୁ ଲୋକସଭାରେ ୩୮ପ୍ରତିଶତ, ବିଧାନସଭାରେ ୩୨ ପ୍ରତିଶତ ଜନତା ଭୋଟ ଦେଇଥିଲେ । ତେଣୁ ୫ବର୍ଷରେ ମୋଦିଜୀ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଓଡ଼ିଶାରେ ବିଜେପି ସରକାର କରିବ ଓ ସେହି ଶପଥ ଗ୍ରହଣ ସମାରୋହରେ ମୋତେ ଆସିବାକୁ ପଡିବ ବୋଲି ବିଶ୍ୱଶର୍ମା କହିଛନ୍ତି ।
ଅନ୍ୟ ପାର୍ଟି ଭଳି ଜଣେ ବ୍ୟକ୍ତିଙ୍କୁ ଆଧାର କରି ବିଜେପି କାମ କରେ ନାହିଁ । ବିଜେପି ସଂଗଠନ ଆଧାରିତ ଦଳ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସାମୁହିକ ନେତୃତ୍ୱରେ ବିଜେପି ସରକାର କରିବ । ଯଦି ଓଡ଼ିଶାରେ ନବୀନ ବ୍ରାଣ୍ଡ ଅଛି ତାହାଲେ ବିଜେପିକୁ ୩୮ପ୍ରତିଶତ ଭୋଟ କେମିତି ମିଳିଲା? ଓଡ଼ିଶାର ଯେଉଁ ବ୍ରାଣ୍ଡ ଅଛି ତାହାର ନେଗେଟିଭ ବ୍ରାଣ୍ଡ ମଧ୍ୟ ଅଛି । ଯଦି ୧କୋଟି ଲୋକ ଏକ ପାର୍ଟି, ଅନୁଷ୍ଠାନକୁ ବ୍ରାଣ୍ଡ ମାନୁନାହାନ୍ତି ତାହାଲେ ବିଜେପିକୁ କାହିଁକି ଏତେ ଭୋଟ ଦେଉଛନ୍ତି । ତେଣୁ ୨୦୨୪ରେ ଆଉ ୩୦ ରୁ ୫୦ଲକ୍ଷ ଭୋଟ ଆସିବା ପାଇଁ କେତେ ସମୟ ଲାଗିବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଜନା ଦ୍ୱାରା ଓଡ଼ିଶାରେ ନିର୍ବାଚନ ଲଢ଼ାଯିବ ବୋଲି ଶ୍ରୀ ବିଶ୍ୱକର୍ମା କହିଛନ୍ତି ।
କଂଗ୍ରେସ ଜୀବନସାରା ପାପ କରିଛି । ରାମ ମନ୍ଦିର ନହେବା ପାଇଁ କଂଗ୍ରେସ ଷଡଯନ୍ତ୍ର କରିଥିଲା । ଏହାପରେ ମଧ୍ୟ ବିଶ୍ବ ହିନ୍ଦୁ ପରିଷଦ ବଡପଣ ଦେଖାଇ କଂଗ୍ରେସକୁ ନିମନ୍ତ୍ରଣ କରିଛି । କଂଗ୍ରେସର ରାହୁଲ ଗାନ୍ଧୀ, ଇନ୍ଧିରା ଗାନ୍ଧୀଙ୍କୁ ବାବରଙ୍କ ପାଖକୁ ଗଲେ ଆତ୍ମ ସନ୍ତୋଷ ମିଳେ କିନ୍ତୁ ରାମଙ୍କୁ ଦର୍ଶନ କଲେ ସେମାନେ କଷ୍ଟ ଅନୁଭବ କରିଥାନ୍ତି । ବିଜେପି ସେମାନଙ୍କ ପାପ ମୋଚନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନେ ଚାହୁଁନାହାନ୍ତି । କଂଗ୍ରେସ ଯଦି ରାମ ମନ୍ଦିର ଦର୍ଶନ କରିବ ତାହାଲେ ପାପ କମ୍ ହୋଇଯିବ । ଯିଏ ରାମଙ୍କ ସାଙ୍ଗରେ ଅନ୍ୟାୟ କରୁଛନ୍ତି ସେ ଭାରତ ସାଙ୍ଗରେ କିଭଳି ନ୍ୟାୟ କରିପାରିବ । ରାହୁଲ ଗାନ୍ଧୀ ଯେଉଁ “ଯାତ୍ରା” କରୁଛନ୍ତି ତାହା “ଭାରତ ତୋଡ ଅନ୍ୟାୟ ଯାତ୍ରା” । ୧୯୪୭ ମସିହାରେ କଂଗ୍ରେସ ଭାରତକୁ ଭାଙ୍ଗି ପାକିସ୍ତାନକୁ ତିଆରି କରିଥିଲେ ବୋଲି ଶ୍ରୀ ବିଶ୍ୱକର୍ମା କହିଛନ୍ତି ।
📱 Get Argus News App
✨ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱକର୍ମାଙ୍କୁ ସ୍ୱାଗତ କରିଥିଲେ । ସ୍ୱାଗତ ବେଳେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତି ପଣ୍ଡା, ରାଜ୍ୟସଭା ସାଂସଦ ପବିତ୍ର ମାର୍ଘେରିତା, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି ପ୍ରମୁଖ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର