Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଲପାହାଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ ହେମନ୍ତ ବିଶ୍ଵଶର୍ମା

Banajyotshna Ray
Browse all articles by Banajyotshna Ray
·2 years ago
ବେଲପାହାଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ ହେମନ୍ତ ବିଶ୍ଵଶର୍ମା

ଅର୍ଗସ ବ୍ୟୁରୋ:  ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଚାର ପାଇଁ ଆଜି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଆସିଛନ୍ତି l ବିଜେପି ପକ୍ଷରୁ ବେଲପାହାଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ହେମନ୍ତ ବିଶ୍ଵଶର୍ମା l ଆସାମରୁ ସ୍ୱତନ୍ତ୍ର ବିମାନ ଯୋଗେ ହେମନ୍ତ ବିଶ୍ୱଶର୍ମା ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପାହାଡ଼କୁ ପହଂଚିଛନ୍ତି l

ବିଜେପି ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ନିର୍ବାଚନ ପ୍ରଚାର କରିବା ପରେ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଜିଲ୍ଲା ବଣାଇ, ବରଗଡ଼ ଜିଲ୍ଲା ଅତାବିରାକୁ ଯାଇ ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିବେ l ଝାରସୁଗୁଡ଼ାରୁ ପୁଣି ବିମାନ ଯୋଗେ ଭୁବନେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored