ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ଘରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ମାଆ ସମଲେଶ୍ଵରୀଙ୍କ ଦର୍ଶନ ପରେ ଆସାମର ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ଘରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସମ୍ବଲପୁରଠାରେ ଥିବା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାହିତ୍ୟ ସାଧନା ପୀଠରେ ବୁଲି ଦେଖିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ତେବେ ଆସାମା ଓ ଓଡ଼ିଶା ସମ୍ପର୍କକୁ ମଜଭୁତ କରିବାରେ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ଅବଦାନ ଥିବା କହିଛନ୍ତି ଆସାମ ସିଏମ। ଓଡିଶାରେ ପହଞ୍ଚି ପ୍ରଥମେ ସମ୍ବଲପୁରରେ ପହଞ୍ଚି ମା' ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ହିମନ୍ତ ବିଶ୍ୱଶର୍ମା। ହିମନ୍ତଙ୍କ ସାଥିରେ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
