Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

Smruti Parija
Browse all articles by Smruti Parija
·2 years ago·1 min read
ନବୀନଙ୍କୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

 ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ନବୀନଙ୍କୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା । କହିଲେ ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ଲୋକ ଦରକାର ମାଇକ ଧରିବା ପାଇଁ । ସେଭଳି ଲୋକ ଜିତିଲେ ଦେଶକୁ ଆଗକୁ ନେବାରେ କେତେ ସଫଳ ହେବେ । ମୁଁ ବିଜେଡି ବିରୋଧରେ ନୁହେଁ ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି । ଆମେ ଡବଲ ଇଂଜିନ ସରକାରରେ ଯେତିକି ଲାଭ ଉଠେଇଛୁ ଓଡିଶା ତାହା ଉଠେଇ ପାରିଲାନି । କିନ୍ତୁ ବିକାଶ ଯାତ୍ରାରେ ଓ଼ଡିଶା ବି ସାମିଲ ହେବ । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାରେ ମୋଦିଙ୍କୁ ରେକର୍ଡ ଭୋଟରେ ଜିତେଇବା ସହ ଡବଲ ଇଞ୍ଜିନ ସରକାର ଗଢିବା କହିଛନ୍ତି ହିମନ୍ତ ବିଶ୍ୱଶର୍ମା ।

ଭାରତ 1947ରେ ଗଠନ ହୋଇଥିବା ଦେଶ ନୁହେଁ । ଭାରତର ସଭ୍ୟତା 5 ହଜାର ବର୍ଷର ପୁରୁଣା ସଭ୍ୟତା । ଅନ୍ୟ ଦେଶ ଭଳି ଏଠାକାର ଅଧିବାସୀ କେଉଁ ଅନ୍ୟ ଭୂଖଣ୍ଡରୁ ଆସିନାହାନ୍ତି । କଂଗ୍ରେସ ସବୁବେଳେ ଧର୍ମ ନିରପେକ୍ଷତା ସମ୍ପର୍କରେ କହୁଛି । ଭାରତରେ ହଜାର ହଜାର ବର୍ଷ ପୂର୍ବରୁ ଧର୍ମ ନିରପେକ୍ଷତା ରହିଛି । ସମ୍ବିଧାନ ଗଠନ ସମୟରେ ଏଥିରେ ଧର୍ମନିରପେକ୍ଷତା ଶବ୍ଦ ନଥିଲା । କାରଣ ବହୁ ପୂର୍ବରୁ ଦେଶରେ ଧର୍ମ ନିରପେକ୍ଷତା ରହି ଆସିଛି । ସମ୍ବିଧାନ ନିର୍ମାତାମାନେ ଧର୍ମନିରପେକ୍ଷତାକୁ ଯୋଡିବାକୁ ଚିନ୍ତା କରିନଥିଲେ ।  1975ରେ ଧର୍ମନିରପେକ୍ଷତା ଓ ସମାଜବାଦ ଦୁଇ ଶବ୍ଦକୁ ଯୋଡ଼ାଯାଇଛି ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା । 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
assam-cm-himant-biswasharma-targets-cm-naveen-pattnaik | Argus News