Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗ୍ୟାସ ପାଇଁ ଚାଲିପାରୁନି ଗୃହ, ହେଉଛି ବାରମ୍ବାର ମୁଲତବି

Odisha

Assembly adjourned / ଗ୍ୟାସ ପାଇଁ ଚାଲିପାରୁନି ଗୃହ, ହେଉଛି ବାରମ୍ବାର ମୁଲତବି

Bikash Mohanty
Browse all articles by Bikash Mohanty
·2 months ago·2 min read
ଗ୍ୟାସ ପାଇଁ ଚାଲିପାରୁନି ଗୃହ, ହେଉଛି ବାରମ୍ବାର ମୁଲତବି
Assembly

Key Points

ବିଧାନସଭାରେ ଗ୍ୟାସ ତାତି 
ବିରୋଧି କଲେ ହୋହଲ୍ଳା 
ଗୁରୁବାର ଚାଲିପାରିଲାନି ଗୃହ 
୪ ଯାଏଁ ଗୃହକୁ ମୁଲତବି କରିଲେ ବାଚସ୍ପତି
ବିଧାନସଭାରେ ଗ୍ୟାସ ତାତି । ଗୁରୁବାର ଚାଲିପାରିଲାନି ଗୃହ । ବାରମ୍ବାର ମୁଲତବୀ ପରେ ଏବେ ୪ ଯାଏଁ ଗୃହକୁ ମୁଲତବି କରିଲେ ବାଚସ୍ପତି । ଗ୍ୟାସ୍‌ ଦର ପ୍ରତିବାଦରେ ବିଧାନସଭା ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ଗୁରୁବାର ବିଧାନସଭା ଅଧିବେଶନର ଥିଲା ୪ର୍ଥ ଦିନ । ତିନି ଦିନ ଧରି ବେଶ୍‌ ସୁରୁଖୁରରେ ଚାଲିଥିଲା ଗୃହ । ହେଲେ ଗୁରୁବାର ଦିନ ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ହଙ୍ଗାମା । ରାଜ୍ୟରେ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗୃହ ମଧ୍ୟଭାଗକୁ ଆସିଥିଲେ ବିରୋଧୀ ସଦସ୍ୟ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧୀ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ପ୍ରଥମେ ଗୃହ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ୧୧ ଟା ୩୦ରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ଥରେ ବିରୋଧୀ ସଦସ୍ୟ ହୋହାଲ୍ଲା ଏବଂ ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସିଥିଲେ । ଯାହାପରେ ବାଚସ୍ପତି ଗୃହକୁ ୧୨ଟା ୧୦ ମିନିଟ ଯାଏଁ ମୁଲତବୀ ରଖିଥିଲେ । ସମୟ ଅବଧି ସରିବା ପରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ତାପରେ ବି ଥମିନଥିଲା ହୋହାଲ୍ଲା । ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ହଙ୍ଗାମା ଜାରି ରହିଥିଲା । ଶେଷରେ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ।

ଗ୍ୟାସ ସଙ୍କଟକୁ ନେଇ ଗୃହମନ୍ତ୍ରୀ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଆଲର୍ଟ ଅଛନ୍ତି। କଳା ବଜାରୀ କିପରି ନ ହେବ ତାହା ଉପରେ ନଜର ରଖାଯାଇଅଛି। ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ଜୋରଦାର ବର୍ଷିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ଗୃହକୁ ହଟ୍ଟଗୋଳ କରି ବନ୍ଦ କରିବା ନିନ୍ଦନୀୟ ଓ ଦୁଃଖ ଦାୟକ ଲୋକଙ୍କ ପଇସାରେ ଗୃହ ଚାଲିଛି । କେଉଁ ସ୍ୱାର୍ଥରେ କଂଗ୍ରେସ ଏଭଳି କରୁଛି, ବିଜେଡ଼ି ଛିଡ଼ା ହୋଇ ଏହାକୁ ସମର୍ଥନ କରୁଛି । LPG ଉପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଲୋକଙ୍କ ସ୍ୱାର୍ଥ ହେଉଛି ବଡ଼ କଥା। ଲୋକ ଭୟବିତ ହୁଅନ୍ତୁ ନାହିଁ ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍‌ ଏବଂ ତେଲ ଯୋଗାଣାରେ ବାଧା ସୃଷ୍ଟି ହୋଇଛି । ଯାହାଫଳରେ ଗ୍ୟାସ୍‌ ବ୍ୟବହାର ଏବଂ ଯୋଗାଣର ସମସ୍ୟା ସୃଷ୍ଟି ହୋଇଥିଲା । ଏସବୁ ଭିତରେ ନୂଆ ଗାଇଡ୍‌ଲାଇନ୍‌ ଆସିଛି । ଯେଉଁଥିରେ ୨୫ ଦିନର ବୁକିଂ ପରେ ଗ୍ୟାସ୍‌ ମିଳିବ ବୋଲି କୁହାଯାଇଥିଲା।

ପଢନ୍ତୁ ଏହି ଖବର: ଗ୍ୟାସ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା, ଶାସକ-ବିରୋଧି ମୁହାଁମୁହିଁ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assembly adjourned | Assembly Uproar Over Gas Issue: Speaker Adjourns House Till 4 PM | Argus News