ପିଜି କାଉନ୍ସିଲ୍ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରି ସହକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର: ସାମାଜିକ ଗଣମାଧ୍ୟମ ରେ ପିଜି କାଉନ୍ସିଲ୍ ଅଧ୍ୟକ୍ଷାଙ୍କ ସମ୍ପର୍କରେ ଦୁର୍ବ୍ୟବହାର ଜନିତ ପୋଷ୍ଟ କରି ନିଲମ୍ବିତ ହେଲେ ସହକାରୀ ପ୍ରଫେସର । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରଜତ କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।
ଡ. କୁଜୁର ସାମାଜିକ ଗଣମଧ୍ୟମରେ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାଶଙ୍କୁ ନେଇ ଆପତ୍ତିଜନକ ବା ଦୁର୍ବ୍ୟବହାର କରି କିଛି ପୋଷ୍ଟ କରିଥିଲେ । ଏହାକୁ ନେଇ ପ୍ରଫେସର ଦାଶ କୁଳପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବ ଡ. କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ସୂଚନା ମିଳିଛି ।
ସୂଚନା ଥାଉକି ଏହା ଡ. କୁଜୁରଙ୍କ ଚତୁର୍ଥଥର ନିଲମ୍ନିତ ହେବା ସହିତ ତାଙ୍କୁ ଏହା ପୁର୍ବରୁ ପଦବନତି କରାଯାଇଥିବା ନଜିର ରହିଛି । ତେବେ ବାରମ୍ବାର ଡ.କୁଜୁର ନିଲମ୍ବିତ ହେବା ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ଡିୟୁଟି ସମୟରେ ବିଶଶୁଙ୍ଖଳା ସୃଷ୍ଟି କରୁଥିବା ଜାରି ରଖିବା ଘଟଣା ଶିକ୍ଷା ବାତାବରଣରେ ତଥା ଛାତ୍ରଛାତ୍ରୀ ଏବଂ ଅନ୍ୟ ଅଧ୍ୟାପକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...