ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହନ୍ତୁ ଏହି ରାଶି...

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣିବାକୁ ଚାହୁଁଛନ୍ତି କି ? ନଜର ପକାନ୍ତୁ ଆଜିର ରାଶିଫଳ ଖବର ଉପରେ।
ମେଷ-
ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ସାମାଜିକ ସ୍ତରରେ ପ୍ରଂଶସିତ ହୋଇପାରନ୍ତି । କୈାଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ବୃଷ-
ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ । ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ୱାସ୍ଥ୍ୟହାନିର କାରଣ ହେବ । ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ
। ଛାତ୍ରମାନେ ପାଠ ପଢ଼ାରେ ବହୁତ ଉପକୃତ ହେବେ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ । ଅଧା ରହିଥିବା କାର୍ଯ୍ୟ ପୁରା ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ
ସିଂହ-
ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଅଫିସ୍ରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା-
ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର-ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ । ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ କଳହ ଲାଗିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବ୍ୟବସାୟୀମାନେ ପରିବହନରେ କାମ ହାସଲ କରିବେ । କର୍ମ କ୍ଷେତ୍ରରେ ଉତ୍ସାହ ଯୋଗେ ମାନ ସମ୍ମାନ ବଜାୟ ରହିବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ନିଜର ଶବ୍ଦବ୍ୟବହାର ଦ୍ୱାରା ଲୋକଙ୍କୁ ପ୍ରଭାବିତ କରିପାରିବେ । ପ୍ରେମ ସମ୍ପର୍କରେ ସନ୍ଦେହ ଆସିବାକୁ ଦିଅନ୍ତୁ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର-ସୂର୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ
ଧନୁ-
କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ବିଦ୍ୟାର୍ଥୀ ମାନେ ପଢାପଢି ପ୍ରସନ୍ନ ରହିବେ । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ନାରୀ ମାନେ ସମାଜରେ ସମ୍ମାନ ପାଇବେ । ନୂତନ ବନ୍ଧୁ ଲାଭହେବା ସହ ନୂଆ ସମ୍ପର୍କରେ ଉନ୍ନତି ହେବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ରାଜନିତିରେ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ଜମିଜମା ବିବାଦ ଜଟିଳ ହୋଇପାରେ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରାଶି କୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ
ମୀନ-
ରୋଗ ପୀଡା ପାଇଁ ଚିନ୍ତାରେ ରହିବେ । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ଘରକାମରେ ଭାଇ-ଭଉଣୀ ମାନେ ସହଯୋଗ କରିବେ । ଭୁସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: