Videos
|
Odisha

ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତ, ଖୋଲିବ ରତ୍ନଭଣ୍ଡାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତ, ଖୋଲିବ ରତ୍ନଭଣ୍ଡାର

ଅର୍ଗସ ବ୍ୟୁରୋ: ଦିନ ୧ଟା ୨୮ରେ ଖୋଲିବ ରତ୍ନଭଣ୍ଡାର। ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆସିଲା ରତ୍ନଭଣ୍ଡାର ଖୋଲିବାର ଶୁଭ ମୁହୂର୍ତ୍ତ। ଦୀର୍ଘ ପ୍ରତୀକ୍ଷାର ଅନ୍ତ ।  ‘ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ତାଲା ଭାଙ୍ଗିବ ପାଇଁ ତାଲା ଭଙ୍ଗା ଟିମ୍‌କୁ ଡକାଯାଇଛି ବୋଲି ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି ।  ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌, ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ରତ୍ନଭଣ୍ଡାର ଭିତରକୁ ଯିବେ । ସେହିପରି ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବସିଥିଲା ବୈଠକ। ବୈଠକରେ କମିଟିର ସମସ୍ତ ସଦସ୍ୟ, ଏଏସଆଇ ଅଧିକାରୀ ଉପସ୍ଥିତ। ନକଲି ଚାବି ଧରି ପହଞ୍ଚିଲେ ନୀତି ପ୍ରଶାସକ। କଡା ସୁରକ୍ଷା ବଳୟ ଭିତରେ ଆସିଲା ନକଲ ଚାବି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

At 1:28 auspicious moment, the ratna bhandar will open | Argus News