Videos
|
Odisha

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ

Manini Pattanayak
Browse all articles by Manini Pattanayak
·2 years ago·3 min read
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ । ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ଭଳିକି ଭଳି ପିଠା ପଣାରେ ମହକିଲାଣି ପରିବେଶ। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ଲୋକେ ନୂଆଁ ଖାଇବେ। ଅନ୍ୟପଟେ କୃଷିଭିତ୍ତିକ ଏହି ବଡ଼ ପର୍ବରେ ଓଡ଼ିଶାର ଚାଷୀଙ୍କୁ ବଡ଼ ଉପହାର ଦେବେ ବିଜେପି ସରକାର। ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମାଆ ସମଲେଶ୍ବରୀଙ୍କ ଦର୍ଶନ ସହ ନବାନ୍ନ ଗ୍ରହଣ କରିବେ। ସାଙ୍ଗରେ ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା। ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି । ନିର୍ଦ୍ଧାରିତ ଲଗ୍ନ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ ।

ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀ, ସୋନପୁରର ସୁରେଶ୍ବରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ । ନୂଆଁଖାଇ ପାଇଁ ଘରେ ଘରେ ଚାଲିଛି ପିଠା ପଣା ପ୍ରସ୍ତୁତି । ଗାଁ ଗାଁରେ ଝାଙ୍କର ଗ୍ରାମ ଦେବଦେବୀଙ୍କ ପୂଜା ସାରି କରି ଘର ଘର ବୁଲି ନୂଆଁ ସରିଆଁ ଧାନ ଦେଇଥାଏ । ଘରର ସବୁ ସଦସ୍ୟ ଏକାଠି ବସି ନୂଆଁ ଖାଇବା ସହ ବଡ଼ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି। ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବଲପୁର ଆସିବେ । କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇରେ ଓଡ଼ିଶାର ଚାଷୀଙ୍କୁ ବଡ଼ ଭେଟି ଦେବେ ବିଜେପି ସରକାର। ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧ଟାରୁ୨ଟା ମଧ୍ୟରେ ସମ୍ବଲପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବେ । ପରେ ମାରାଓ୍ବାଡ଼ି ସମାଜ, ଓଡ଼ିଶା ସାସ୍କୃତିକ ସମାଜ, ନନ୍ଦପଡ଼ାର ଚିତ୍ରୋତ୍ପଳା ଯୁବକ ସଂଘ ଓ ସମଲେଶ୍ଵରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ସାଢ଼େ ୪ଟାରେ ଜିଏମ୍ ୟୁନିଭର୍ସିଟି ଅଡିଟୋରିୟମରେ ଅନୁଷ୍ଠିତ ହେବ ସିଏମ୍ କିଶାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିବା ସୂର୍ଯ୍ୟବଂଶୀ ସୂରଜ, ରବିନାରାୟଣ ନାଏକ,  ସୁରେଶ ପୂଜାରୀଙ୍କ ସମେତ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ରହିବେ ।

ଆସନ୍ତାକାଲି ରାଜ୍ୟର ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତି ଜାରି କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଁଖାଇ ବର୍ଷକୁ ଦୁଇଟି କିସ୍ତିରେ ଚାଷୀ ପାଇବେ ଦୁଇ ହଜାର ଲେଖାଏଁ ମୋଟ 4 ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ରାଜ୍ୟର 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମି ହୀନ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ଟଙ୍କା ମିଳିବ । ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭଳି ସିଏମ୍ କିଷାନ ଯୋଜନାକୁ ନେଇ ରାଜ୍ୟର ଚାଷୀଙ୍କ ଭିତରେ ଦେଖାଯାଇଛି ଅପୂର୍ବ ଉତ୍ସାହ । ପୂର୍ବରୁ କାଳିଆ ଯୋଜନାର ହିତାଧିକାରୀ ଥିବା ସମସ୍ତ ଚାଷୀ CM କିଷାନ ଯୋଜନାରେ ଆର୍ଥିକ ସହାୟତା ପାଇବେ। ଯୋଜନାରେ ନୂଆକରି ସାମିଲ ହେବା ପାଇଁ ଚାଷୀମାନେ ସିଏମ କିଷାନ ପୋର୍ଟାଲରେ ଆବେଦନ କରିପାରିବେ । ସେହିପରି ଯୋଗ୍ୟତା ଥାଇ ବି ପିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସିଏମ୍ କିଷାନ ଯୋଜନା ଓଡ଼ିଶାର ଅଗଣିତ ଚାଷୀଙ୍କ ଆର୍ଥିକ ପ୍ରଗତି ସହ ରାଜ୍ୟର କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: