Videos
|
Odisha

ଅତନୁ ଖୋଲିଲେ କଂଗ୍ରେସ ସହ ଭିତରି ପ୍ରେମର ପୋଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅତନୁ ଖୋଲିଲେ କଂଗ୍ରେସ ସହ ଭିତରି ପ୍ରେମର ପୋଲ

Key Points

  • ଅତନୁ ଖୋଲିଲେ କଂଗ୍ରେସ ସହ ଭିତରି ପ୍ରେମର ପୋଲ
  • କହିଲେ  କଂଗ୍ରେସ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେଡି କରିବ ସରକାର
  • ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ
  • 2009ରେ ନବୀନଙ୍କ ପାଇଁ ସଂଜୀବନୀ ସାଜିଥିଲା କଂଗ୍ରେସ
  • ଏବେ କଂଗ୍ରେସ ସହାୟତାରେ ସରକାର କରିବାର ସ୍ବପ୍ନରେ ବିଜେଡି ବିଭୋର
  • ପୂର୍ବରୁ ଦେବାଶିଷ ବି କହିଥିଲେ ସମାନ କଥା
  • ବିଜେପିର କଟାକ୍ଷ ଦିବା ସ୍ବପ୍ନ ଦେଖୁଛି ବିଜେଡ଼ି

ଅର୍ଗସ ବ୍ୟୁରୋ:  ଗାଦି ଚାଲିଗଲା । ଲୋକ ଶାସନରୁ ବିଦା କରିଦେଲେ । ୟା ଭିତରେ ୫ ମାସ ବିତିଗଲାଣି । କିନ୍ତୁ ଏବେ ବି ପୁଣି ସରକାରକୁ ଫେରିବାର ଦିବା ସ୍ଵପ୍ନ ଦେଖୁଛି କି ବିଜେଡି । ହେଲେ ଅତନୁଙ୍କ ଏ ବୟାନ ପରେ ପଦାରେ ପଡିଯାଇଛି କଂଗ୍ରେସ ସହ ବିଜେଡିର ପୁରୁଣା ପ୍ରେମର ଗୁମର...ଆଗରୁ କଂଗ୍ରେସ  ବିରୋଧୀ ଦଳର ମୁଖା ପିନ୍ଧି ବିଜେଡିକୁ  ଭିତିରିଆ ସମର୍ଥନ ଦେଉଥିଲା । ହେଲେ ଏବେ ବିଜେଡି ସରକାରରୁ ବିଦା ହେଲା ପରେ ଖୋଦ୍ ବିଜେଡି ନେତା ଅତନୁ ସବ୍ୟସାଚୀ କଂଗ୍ରେସ ସହ ତାଙ୍କ ଦଳର ଭିତିରି ବୁଝାମଣାକୁ ହାଟ ମଝିରେ ପ୍ରଘଟ କରିଦେଇଛନ୍ତି... ତାଙ୍କ ଦଳର ବିଧାୟକ ବି ଅତନୁକୁ ସମର୍ଥନ କରୁଛନ୍ତି..କଂଗ୍ରେସ  ସମର୍ଥନରେ ସରକାର କରିବା ନେଇ ପୂର୍ବରୁ କହିଥିଲେ  ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।

ସେପଟେ କଂଗ୍ରେସ ମଧ୍ୟ ବିଜେଡି ସହ ଥିବା ଅଘୋଷିତ ସମର୍ଥନ ଉପରୁ ପରଦା ହଟାଇ ଦେଇଛି । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି, ରାଜ୍ୟରେ ଅସ୍ଥିର ସରକାର ଚାଲିଛି । ରାଜନୀତି ରେ କିଛି ବି ହୋଇପାରେ. . ସେପଟେ ମୁକିମ କହିଛନ୍ତି ବିଜୁ ଜନତା ଦଳ ବିଶ୍ବାସ ଯୋଗ୍ୟ ଦଳ ନୁହେଁ...  କଂଗ୍ରେସ ଛାଡି ବିଜେଡିରୁ ଜିତିଥିବା  ନେତା କଂଗ୍ରେସକୁ ବାହୁଡିବାକୁ ଗୋଡ ଟେକି ବସିଛନ୍ତି ।

ସେପଟେ ବିଜେଡି ଓ କଂଗ୍ରେସ ଦିନ ଦ୍ଵିପହରରେ ସ୍ଵପ୍ନ ଦେଖୁଛନ୍ତି ବୋଲି କହି କଟାକ୍ଷ କରିଛି ବିଜେପି ।  ପାଲଲହଡା ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ସ୍ଵପ୍ନର ଲଡ଼ୁ ଖୁଆଇ ୨୦୨୯ ପର୍ଯ୍ୟନ୍ତ ନିଜ କର୍ମୀଙ୍କୁ ରଖିବାକୁ ଚାଁହୁଚନ୍ତି ଅତନୁ । 2009ରେ କଂଗ୍ରେସ ସାଜିଥିଲା ନବୀନଙ୍କ ସଂଜୀବନୀ.. 2009ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ  ବାହାରୁ  ସମର୍ଥନ କରି ବିଜେଡି ସରକାରକୁ ବଂଚାଇଥିଲା କଂଗ୍ରେସ.. ତେବେ ବର୍ତ୍ତମାନ ସ୍ଥିତିରେ ବହୁମତର ସରକାର କରିଥିବା ବିଜେପିରୁ 10 ବିଧାୟକ ନେଇ  କଂଗ୍ରେସ ସମର୍ଥନରେ ସରକାର କରିବାର ସ୍ବପ୍ନରେ କେତେ ବାସ୍ତବତା ଅଛି ଶୁଣନ୍ତୁ କଣ କହୁଛନ୍ତି ସମ୍ବିଧାନ ବିଷାରଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟ ଅତୀତରେ ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଆଗକୁ ଆହୁରି ରାଜ୍ୟସଭା ସାଂସଦ ଗୋଡ କାଢି ବସିଥିବା ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ବିଜେଡିର ଭିତିରି ଅସନ୍ତୋଷ ଯେତେ ଲୁଚାଇଲେ ବି ଆଉ ଲୁଚି ପାନୁନି । କର୍ମୀଙ୍କୁ ସ୍ବାନ୍ତନା ଦେବାକୁ  ଅତନୁ ଏହା କହିଛନ୍ତି ନା କେବଳ ଗଣ ମାଧ୍ୟମରେ ଖବରରେ ରହିବାକୁ ଭାଷଣ ବାଜି କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Atanu opened a pole of the Congress | Argus News