ଆଠଗଡରେ ବଢିଲା ଅସନ୍ତୋଷ

ଅର୍ଗସ ବ୍ୟୁରୋ : ଧରାପଡିଗଲା ସରକାରଙ୍କ ମିଛ । ଆଠଗଡରେ ବଢିଲା ଅସନ୍ତୋଷ । ଦୋରୋଡ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ ଏବଂ ଗ୍ରାମବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି ଲକ୍ଷେଶ୍ବର ମନ୍ଦିର । ଆଉ ଏହି ସବୁ କାର୍ଯ୍ୟରେ କୁଆଡେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ବୁକ ଲେଟ ବୁକରେ ଛପାଯାଇଛି । କିନ୍ତୁ ଏହି ମନ୍ଦିରକୁ ଗ୍ରାମବାସୀ ମାନେ ନିଜେ ଟଙ୍କା ଦେଇ କରିଥିବା କହିଥିଲେ । ଏହି ଅର୍ଥକୁ ସିଧା ଆଠଗଡ଼ ବିଧାୟକ ହଡପ କରିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ। ।
ଖାଲି ଆଠଗଡ ନୁହେଁ ବରଂ ଧୁରୁଷିଆ ପଞ୍ଚାୟତ ବାଲିସିକ୍ରି ଗ୍ରାମରେ ୧୦ ବର୍ଷ ତଳେ ଗ୍ରାମବାସୀଙ୍କ ଅନୁଦାନରେ ନିର୍ମିତ ହୋଇଥିବା ସଂକିର୍ତ୍ତନ ଗୃହ । କିନ୍ତୁ ବୁକଲେଟରେ ଛାପି ସରକାର କହିଲେ ଆମେ ସଂକିର୍ତ୍ତନ ମଣ୍ଡପକୁ ୫ ଲକ୍ଷ ଟଙ୍କା ଅନୁଦାନ ଦେଇଛୁ । ଯାହାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ସେହିପରି ମହିଷାଲଣ୍ଡା ପଞ୍ଚାୟତ ଗହଣ୍ଡା ଗ୍ରାମରେ ପାଣିଟାଙ୍କି ଏବଂ ତ୍ରିନାଥ ମନ୍ଦିରରେ ସରକାର ଲକ୍ଷ ଟଙ୍କା କରାଯାଇଅଛି କିନ୍ତୁ ବାସ୍ତବରେ ସବୁ କାର୍ଯ୍ୟ ଲୋକଙ୍କ ମାନଙ୍କର ଅନୁଦାନରେ ହୋଇଛି ।
📱 Get Argus News App
✨ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଦୋରୋଡ, ରାଧାକୃଷ୍ଣପୁର, ମହିଷାଲଣ୍ଡା, ଧୂରୁଷିଆ ପଞ୍ଚାୟତରେ କୈାଣସି କାର୍ଯ୍ୟ ହୋଇନଥିବା ବେଳେ । ସମସ୍ତ କାର୍ଯ୍ୟ କରଯାଇଥିବା ନେଇ ବୁକଲେଟରେ ଛାପିବାକୁ ସାମ୍ବାଦିକ ସମ୍ମିଳନୀରେ କାଉଣ୍ଟର କରିଛନ୍ତି ଆଠଗଡ଼ ବିଜେପି ନେତା ଅଭୟ କୁମାର ବାରିକ ।
୨୦୨୪ ସାଧାରଣ ନିର୍ବାଚନ ପାର ହେବାପାଇଁ ବିଜେଡି ଦଳ କଳ ବଳ କୈଷଳ ଲଗାଇଥିବା ବେଳେ । ଲୋକଙ୍କ ଟଙ୍କାରେ ଗ୍ରାମରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ଫଟୋ ଉଠାଇ । ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ଛାପିବା ବିଜେଡି ଦଳର ସାଧାରଣ ନିର୍ବାଚନରେ ପରାଜୟ ଦୃଶ୍ୟମାନ ହେଉଛି ।