ଆଠମଲ୍ଲିକ ବିଜେଡି ଗୋଷ୍ଠୀ କନ୍ଦଳ ପରେ ବଢୁଛି ବିଜେପିର ଲୋକପ୍ରିୟତା

ଅର୍ଗସ ବ୍ୟୁରୋ : ଦୀର୍ଘ ୨୦ ବର୍ଷ ବିଜେଡି ଅକ୍ତିଆରରେ ଥିବା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡି ବୁଡିବା ସ୍ଥିତି । ଶାସକ ଦଳ କ୍ଷମତାରେ ଥାଇ ଦଳୀୟ ଗୋଷ୍ଠୀ କନ୍ଦଳ ଫଳରେ ଅନେକ ନେତା ଓ କର୍ମୀ ଏବେ ବିଜେପି ମୁହାଁ । ବିଜେଡିର ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରିହେବା ପରେ କୋଣଠେସା ହୋଇ ପଡିରହିଛନ୍ତି ଆଠମଲ୍ଲିକର ବିଧାୟକ ରମେଶଚନ୍ଦ୍ର ସାଏ । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେଡିରେ ରମେଶ ବନାମ ନଳିନୀଙ୍କ ଅନ୍ତରଦ୍ଵନ୍ଦ ଲାଗିରହିଥିବା ବେଳେ, ବିଜେଡିର ସଂଗଠନକୁ ହାଇଜାକ କରି ରଖିଛନ୍ତି ନଳିନୀ ପ୍ରଧାନ । ଫଳରେ ଦୁଇଗୋଷ୍ଠୀ ହୋଇପଡିଛି ଆଠମଲ୍ଲିକ ବିଜେଡି ଭୋଟ I
ତେବେ ଏହାର ଫାଇଦା ସିଧା ସଳଖ ଭାବରେ ବିଜେପିକୁ ଯିବାର ଦୃଷ୍ଟି ଗୋଚର ହେଉଛି I ବିଜେଡ଼ିର ଏନେକ କର୍ମୀ ତଥା ସଂଗଠନ ବିଜେପିର ହାତମୁଠାକୁ ଟାଣ କରୁଛନ୍ତି । ଆଠମଲ୍ଲିକ ବିଜେପି ସଂଗଠନକୁ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ସମ୍ଭାଳୁଥିବା ବେଳେ । ଏବେ ବିଜେପିର ହାତ ମୁଠାକୁ ଟାଣପାଇଁ ଆଠମଲ୍ଲିକ କଂଗ୍ରେସର ପୂର୍ବତନ NAC ଅଧ୍ୟକ୍ଷ ସନ୍ତୋଷ ହୋତାଙ୍କ ସମେତ, ଶତାଧିକ କଂଗ୍ରେସ କର୍ମୀ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ।
📱 Get Argus News App
✨ଫଳରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦୁର୍ବଳ ଥିବା ବିଜେପି ଦିନକୁ ଦିନ ସଶକ୍ତ ହେବାର ଲାଗିଛି I ଏନେଇ ବିଜେପି ପକ୍ଷରୁ ଅର୍ଜୁନ ସାହୁଙ୍କ ଏକ ବାଇକ ରାଲିରେ ନେଇ ତାଙ୍କୁ ସ୍ଥାନୀୟ ମହେଶ୍ୱରୀ ମନ୍ଦିରରେ ପ୍ରାଙ୍ଗଣରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି I ତେବେ ଆଠମଲ୍ଲିକ ବିଜେପି ଦିନକୁ ଦିନ ସଶକ୍ତ ହେବାର ଦେଖିବାକୁ ମିଳୁଥିବା ବେଳେ । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି କେଉଁ ଦିଗକୁ ଯାଉଛି ଦେଖିବାକୁ ବାକି ରହିଲା I