Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ତେଜିଲା ବିଜେଡ଼ି କଳି

Odisha

ପୁଣି ତେଜିଲା ବିଜେଡ଼ି କଳି

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ତେଜିଲା ବିଜେଡ଼ି କଳି

ଅର୍ଗସ ବ୍ୟୁରୋ : ପୁଣି ତେଜିଲା ଆଠମଲ୍ଲିକ ବିଜେଡ଼ି ରାଜନୀତି । ମୁହାଁମୁହିଁ ଦେଲେ ବିଜେଡ଼ି ବନାମ ବିଜେଡ଼ି । ପୁରୁଣାମାଣତ୍ରି ପଞ୍ଚାୟତ ଚିଲଖଣ୍ଡି ଗ୍ରାମରେ ନଳିନୀଙ୍କୁ ବିରୋଧ । ଆଠମଲ୍ଲିକର ଚାଷୀ ନେତା ଅଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ମେଳି ବାନ୍ଧିଥିଲେ ନଳୀନି ବିରୋଧୀ ଗୋଷ୍ଠୀ । ଆଉ ବନ୍ଧୁ ମିଳନ ନାରେ ଆଠମଲ୍ଲିକ ବିଜେଡ଼ିରୁ ନଳିନୀଙ୍କୁ ବିଦା କରିବା ପାଇଁ ଦଳୀୟ ବିଜେଡ଼ି କର୍ମୀ ଖୋଲା ଖୋଲି ଆହ୍ବାନ ଦେଇଥିଲେ ବିଜେଡ଼ିରର ପୁରୁଖା ନେତା ଓ କର୍ମୀ ।

ପ୍ରଥମେ ଏମଏଲଏ ଆଉ ଏବେ ଦଳର ବରିଷ୍ଠ ନେତା ଓ କର୍ମୀ ଦେଇଛନ୍ତି ନଳିନୀଙ୍କ ବିରୋଧରେ ଯୁଦ୍ଧର ଡାକରା । ଅନୁଗୁଳ ଆଠମଲ୍ଲିକ ବିଜେଡ଼ି ପମ୍ପଚରରେ ଯେତେ ପେଚ ମାରିଲେ ବି ଆଉ ପେଚ ରହୁନି । ଆଉ ଏବେ ନିର୍ବାଚନ ମଣ୍ଡଳୀରେ ଚାଲିଛି ନଳିନୀଙ୍କ ବିରୋଧରେ ଅଘୋଷିତ ମେଣ୍ଟ । ପୁର୍ବରୁ ଗଣ୍ଡ ସମାଜ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୋଗୁଁ ବିଧାୟକ ରମେଶ ସାଏ ଓ ଗଣ୍ଡ ସମାଜର ଶତ୍ରୁ ପାଲଟିଥିବା ନଳିନୀଙ୍କ ବିରୋଧରେ ପୁଣି ଥରେ ଗର୍ଜିଛନ୍ତି ବିଜେଡ଼ି ନେତା ଓ କର୍ମୀ । ଆଉ ବିଜେଡ଼ିରୁ ନଳିନୀ ପ୍ରାର୍ଥି ହେଲେ ବିଜେଡ଼ିକୁ ଆଠମଲ୍ଲିକ ବିଧାନ ସଭା ସିଟକୁ ହରାଇବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ନିଜ ଦଳର ନେତା ଓ କର୍ମୀ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାଲି ସେତିକି ନୁହେଁ ଜଣେ ସଚିବଙ୍କ ହାତରେ ଦଳ ଭରଷା କଲେ ଦଳକୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ମାହାଙ୍ଗା ପଡ଼ିବ ବୋଲି ଖୋଲା ଆହ୍ବାନ ଦେଇଛନ୍ତି ପୁରୁଖା ନେତା ଓ କର୍ମୀ । ମେଳି ବାନ୍ଧିଲେଣି ନଳିନୀ ବିରୋଧୀ ଗୋଷ୍ଠୀ । ଗଣ୍ଡ ସମାଜ ଓ MLA ଙ୍କ ବିରୋଧ ପରେ ଏବେ ପୁଣି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା ଓ କର୍ମୀ । ତେବେ ଏଭଳି ସ୍ଥିତିରେ ଆଠମଲ୍ଲିକ ବିଜୁ ଜନତା ଦଳକୁ ଆଗମୀ ନିର୍ବାଚନରେ କେଉଁ ପରିସ୍ଥିତି ସାମ୍ନା କରିବାକୁ ପଡିବ । ଆଉ ବିରୋଧୀ ଏହାର କେତେ ଫାଇଦା ଉଠାଉଛନ୍ତି ତାକୁ ହିଁ ଅପେକ୍ଷା । 
 

Sponsored
athamallik bjd ticket fight | Argus News