Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେଡିକୁ ବାଏ ବାଏ କଲେ  ଆଠମଲ୍ଲିକ ବିଧାୟକ ରମେଶ ସାଏ

Odisha

ବିଜେଡିକୁ ବାଏ ବାଏ କଲେ  ଆଠମଲ୍ଲିକ ବିଧାୟକ ରମେଶ ସାଏ

Manini Pattanayak
Browse all articles by Manini Pattanayak
·2 years ago
ବିଜେଡିକୁ ବାଏ ବାଏ କଲେ  ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳ ଛାଡ଼ିଛନ୍ତି ଆଠମଲ୍ଲିକ୍ ବିଧାୟକ ରମେଶ ସାଏ। ଆଠମଲ୍ଲିକରେ ବିଜେଡି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଏଥର ଟିକେଟ୍ ଦେଇଛି। ତେଣୁ ରମେଶ ଅସନ୍ତୋଷ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।

ରମେଶଙ୍କ ସହ ବିଜେଡି ଛାଡିଛନ୍ତି ଆଠମଲ୍ଲିକ୍ ବ୍ଲକ୍ ବିଜେଡି ସଭାପତି ବୃନ୍ଦାବନ ସାହୁ, ଜିଲ୍ଲା ପରିଷଦ ଜୋନ୍ 6 ସଦସ୍ୟ ଯୁଧିଷ୍ଠିର ସିଂହ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ରମେଶ ସାଏ ଗୋଣ୍ଡ ସମାଜରୁ ଆସୁଛନ୍ତି। ଆଠମଲ୍ଲିକରେ ଗୋଣ୍ଡ ସମାଜର ଏକ ବଡ଼ ଭୋଟ୍ ବ୍ୟାଙ୍କ ରହିଛି। ତେଣୁ ରମେଶ ଦଳ ଛାଡ଼ିବା ନିର୍ବାଚନରେ ବିଜେଡିକୁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି। 2019 ନିର୍ବାଚନରେ ରମେଶ ସାଏ 47 ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଥିଲେ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Athamallik MLA Ramesh Sai has left the bjd party. | Argus News