Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିନ୍ଦୋଳରେ ବଜରଙ୍ଗ ଦଳ ଉପରକୁ ଆଖିବୁଜା ଗୁଳିମାଡ଼

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହିନ୍ଦୋଳରେ ବଜରଙ୍ଗ ଦଳ ଉପରକୁ ଆଖିବୁଜା ଗୁଳିମାଡ଼

ଅର୍ଗସ ବ୍ୟୁରୋ:  ଗତ 18 ତାରିଖ, ମଧ୍ୟରାତ୍ରି। ଏକ ଗୋରୁ ବୋଝେଇ ଟ୍ରକ ନରସିଂହପୁର ପଟରୁ ଆସୁଥିବାର ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଜଗି ରହିଥିଲେ । ମାଫିଆ ମାନେ ପୂର୍ବରୁ ଖବର ପାଇ ସେମାନଙ୍କୁ ଅଟକାଇବା ସମୟରେ ଅତର୍କିତ ଆକ୍ରମଣ କରିବା ସହ 7 ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୁଳିମାଡ଼ ପରେ ବଜରଙ୍ଗ ଦଳର ସଦସ୍ୟ ଜୀବନ ବଞ୍ଚାଇ ବାଇକ ଛାଡ଼ି ଜଙ୍ଗଲକୁ ପଶି ଯାଇଥିବା ବେଳେ, ଆଉ କିଛି ନିକଟରେ ଥିବା ଥାନା ପାଖରେ ଆଶ୍ରୟ ନେଇଥିଲେ । ମାତ୍ର ପୋଲିସ ତାଙ୍କୁ ସୁରକ୍ଷା ଦେଇନଥିଲା । ଏହାସହ ମାଫିଆମାନେ ୫ଟି ବାଇକ ନେଇ ଯାଇଥିବାର ଅଭିଯୋଗ ହୋଇଛି ।

ଏନେଇ ବଜରଙ୍ଗ ଦଳର ସଦସ୍ୟ ମାନେ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଘଟଣାକୁ 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପୁରି ସାରିଥିବା ସତ୍ତ୍ବେ ପୋଲିସ ହାତ ଖାଲି । ତୁରନ୍ତ ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ଥାନା ସମ୍ମୁଖରେ ଦଳର ସଦସ୍ୟ ମାନେ ବିକ୍ଷୋଭ କରିବା ସହ ମାରୁତି ସେନା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । କେବେ ଗୋ ମାଫିଆଙ୍କ ପାଖେ ପହଞ୍ଚିବ ପୋଲିସ ? କେବେ ଗୋ ଚାଲାଣରେ ଲାଗିବ ରୋକ, ତାହା ଏବେ ବଡ଼ ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
attack in bajrang team | Argus News