Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଡୁଙ୍ଗଲେଇ ପାହାଡ଼ରେ ଆକ୍ରମଣ: ୫ ଗୁରୁତର

Odisha

ଡୁଙ୍ଗଲେଇ ପାହାଡ଼ରେ ଆକ୍ରମଣ: ୫ ଗୁରୁତର

Ritu Das
Browse all articles by Ritu Das
·1 year ago·1 min read
ଡୁଙ୍ଗଲେଇ ପାହାଡ଼ରେ ଆକ୍ରମଣ: ୫ ଗୁରୁତର

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟି ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ଗ୍ରାମ ଓ କୁତ୍ରା ଅଞ୍ଚଳର କିଛି ଯୁବକ ପିକନିକ କରିବା ପାଇଁ ଯାଇଥିଲେ ତେବେ ଖତକୁରବାହାଲ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରାୟ ୩୦ ଜଣ ଯୁବକ  ଏଠାରେ ପହଞ୍ଚିଥିଲେ ଏବଂ ଉଭୟଙ୍କ ମଧ୍ୟରେ ବଚସା ହେଲାପରେ ଭୁଜାଲି ଓ ପଥରରେ ଆକ୍ରମଣ କରିଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବକ ମାନେ। ଯାହା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ସେମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ କିନ୍ତୁ ସମୟରେ ନ ପହଞ୍ଚିବାରୁ ଆହତ ଯୁବକ ମାନେ ବାଇକ ଯୋଗେ କୁତ୍ରା ମେଡିକାଲକୁ ଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇଜଣଙ୍କ ମୁଣ୍ଡରେ ଓ ଛାତିରେ ପଥରେ ଛେଚିକି ମାରିଥିବାରୁ ଗଭୀର ଆଘାତ ଲାଗିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ତେବେ ଏହି ପାହାଡ଼ରେ କିଛିଦିନ  ବିଭିନ୍ନ ପ୍ରକାର ଲୋକମାନଙ୍କୁ। ତେଣୁ ଯଥାଶୀଘ୍ର ଏହି କୁତ୍ରା ପୋଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Attack in | Argus News