Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ

Odisha

ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ

ଅର୍ଗସ ବ୍ୟୁରୋ:  ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧରୁ ସୁନ୍ଦରଗଡ଼, ବଲାଙ୍ଗୀରରୁ ଗଞ୍ଜାମ ସବୁଠି ହିଂସା ଓ ରକ୍ତପାତ ଘଟାଇଛନ୍ତି ବିଜେଡି କର୍ମୀ । ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବୁଥ କ୍ୟାପଚର କରିବାକୁ ଉଦ୍ୟମ କରିଛନ୍ତି ଶାସଦ ଦଳ ଗୁଣ୍ଡା ବାହିନୀ ।  ସୋମବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ବିଜେଡି ପ୍ରାୟୋଜିତ ହିଂସାରେ ଅଟୋ ଡ୍ରାଇଭର ବିଶ୍ଵନାଥ ମିର୍ଦ୍ଧାଙ୍କ ଜୀବନ ଯାଇଛି । ସେପଟେ କିଛିଦିନ ପୂର୍ବରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କୃଷ୍ଣଶରଣପୁର ପଞ୍ଚାୟତରେ ଦିଲ୍ଲୀପ ପାହାନଙ୍କ ଜୀବନ ନେଇଥିଲେ ବିଜେଡି ଗୁଣ୍ଡା । ଆକ୍ରମଣରେ ଗୁରୁତର ଅନ୍ୟ ତିନି ଜଣ ଏବେବି ଚିକିତ୍ସାଧିନ। ପରାଜୟ ଭୟରେ ହିଂସାକାଣ୍ଡ କରୁଥିବା ଦଳକୁ ଜନତା ଜବାବ ଦେବେ, ଏଥିସହ ଶାସକ ଦଳ ଗୁଣ୍ଡାଙ୍କୁ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଡ଼ା ପଦକ୍ଷେପ ନେବା ବଦଳରେ ପୋଲିସ ପାଲଟିଛି ଶାସକ ଦଳର ହାତ ବାରିସୀ । ବୌଦ୍ଧ କଣ୍ଟାମାଳ ମହେଶ୍ବରପିଣ୍ଡାର 28 ନମ୍ବର ବୁଥରେ ବିଜେପି କର୍ମୀ ଓ ଭୋଟରଙ୍କ ଉପରେ ଲାଠି ମାଡ଼ ସହ ରବର ବୁଲେଟ୍ ଚଳାଇଥିଲା ପୋଲିସ । ପୋଲିସ ମାଡ଼ରେ ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଛନ୍ତି। ସେପଟେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୁଥ ଭିତରେ ପଶି ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଚଳାଇଥିଲେ ଆତଙ୍କରାଜ ।

ଜନତାଙ୍କ ବିରୋଧ ସତ୍ତ୍ବେ ପୁଇଁନ୍ତଳା ବ୍ଲକ ମଲମଣ୍ଡା ଗାଁ ବୁଥ ନମ୍ବର ୨୩୮ରେ ନିଜ ସମର୍ଥକଙ୍କ ସହ ଜୋରଜବରଦସ୍ତ ପଶି ଭୋଟ ଦେଇଥିଲେ ବିଜେଡି ପ୍ରାର୍ଥୀ । ସେହିପରି ଗଞ୍ଜାମ ଆସିକା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡାରେ ହୋଇଛି ନିର୍ବାଚନ ପରବର୍ତ୍ତୀ ରକ୍ତପାତ । ବିଜେଡି-ବିଜେପି କର୍ମୀଙ୍କ ଭିତରେ ପ୍ରଥମେ ମାରପିଟ ଓ ପରେ ବୁଲିଲା ଖଣ୍ଡା । ଆକ୍ରମଣରେ 4 ଜଣ ଗୁରୁତର ହୋଇଛନ୍ତି । ନିର୍ବାଚନ ସମୟରେ ସାରା ରାଜ୍ୟରେ ପାଣ୍ଡିଆନଙ୍କ ନେତୃତ୍ବରେ ନବୀନ ବାହିନୀର ଆତଙ୍କରାଜରେ ଅତିଷ୍ଠ ଓଡ଼ିଶାବାସୀ । ଆତଙ୍କ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇ ଦେଉ ନାହାନ୍ତି ବିଜେଡି ଗୁଣ୍ଡା ବାହିନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
attack of BJD goons during elections | Argus News