ବିଜେପି କର୍ମୀଙ୍କୁ ଆକ୍ରମଣ
·2 years ago

ଅର୍ଗସ ବ୍ୟୁରୋ: ବିଜେଡ଼ି ସରପଞ୍ଚଙ୍କ ଗୁଣ୍ଡାଗିରି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାକଚି ମଣ୍ଡଳ ର ୫୫ନଂ ବୁଥ ନିକଟ ରେ ବିଜେପି କର୍ମୀ ରିତେଶ କୁମାର କୁଶୱାହ ଙ୍କୁ ଆକ୍ରମଣ କଲେ ନାକଚି ଗ୍ରାମ ପଞ୍ଚାୟତ ର ସରପଞ୍ଚ ମନୋଜ ବାଘ ଓ ତାଙ୍କ ସାନ ଭାଇ ସୂର୍ଯ୍ୟ ବାଘ। ୫୫ ନଂ ବଡ଼ଡଙ୍ଗୀଆଣି ବୁଥ ସମ୍ମୁଖ ରେ ଗାଳି ଗୁଲଜ କରିବା ସହ ମାଡ ମାରି ଥିଲେ । ବୁଥ ନିକଟ ରେ ଉତ୍ତେଜନା। ପୋଲିସ ପକ୍ଷରୁ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।ତେବେ କ'ଣ ପାଇଁ ସୁରକ୍ଷାରେ ଏତେ ଢିଲା କରାଯାଉଛି । ପୋଲିସ ମାନଙ୍କର ଉପସ୍ଥିରେ ମଧ୍ୟ ଏହିପରି ବାରମ୍ବାର ଘଟୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: