Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ ଆକ୍ରମଣ

Odisha

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ ଆକ୍ରମଣ

Rashmita Mishra
Browse all articles by Rashmita Mishra
·2 years ago·1 min read
ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ ଆକ୍ରମଣ

ଅର୍ଗସ ବ୍ୟୁରୋ: ମତଦାନ ସମୟରେ ଭୋଟରଙ୍କୁ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଆକ୍ରମଣ ଘଟଣା । ସୁଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ନିକଟରେ ଫେରାଦ ହେଲେ ପୀଡିତଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ। ସୁଶାନ୍ତ ବେହେରା ଶାସକ ଦଳର ବିଧାୟକ ହୋଇଥିବାରୁ ଛେଣ୍ଡିପଦା ପୋଲିସ କାର୍ଯ୍ୟାନୁଷ୍ଠାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ । 

ତେବେ ଗତ ୨୫ ତାରିଖରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର କୋଶଳା ସିମିଳି ସାହିର 84 ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ବିଜେଡି ବିଧାୟକ ସୁଶାନ୍ତ ବେହେରା ଓ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ମଧ୍ୟର କୌଣସି କଥାକୁ ନେଇ ତିକ୍ତତା ଦେଖାଦେଇଥିଲା । ଏଥିରେ ସୁଶାନ୍ତ ଉତ୍ୟକ୍ତ ହୋଇ ସିଦ୍ଧାର୍ଥଙ୍କୁ ଆକ୍ରମଣ ଉଦ୍ୟମ ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ଏନେଇ ଛେଣ୍ଡିପଦା ଥାନାରେ ଏତଲା ଦେଇଥିଲେ ସିଦ୍ଧାର୍ଥ ଶଙ୍କର ସାହୁ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ସହ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି
 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored