Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଳୁଆ ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଡାଳୁଆ ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ଆକ୍ରମଣ

ଅର୍ଗସ ବ୍ୟୁରୋ: କଟକ ଡାଳୁଆ ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ଆକ୍ରମଣ ଓ ଗାଡି ଭଙ୍ଗାରୁଜା ଘଟଣା । ମଦ ମାଫିଆ ରବୀନ୍ଦ୍ର ସ୍ୱାଇଁଙ୍କୁ ଗିରଫ ପରେ ଆଠଗଡ଼ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ ପରିବାର ଓ ସହଯୋଗୀ । ମଦ ମାଫିଆ ରବୀନ୍ଦ୍ର ସ୍ୱାଇଁ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଖାସ୍ ଲୋକ । ଗତକାଲି ବିଶେଷ ସୂତ୍ରରୂ ଖବର ପାଇ ଡାଳୁଆ ଗାଁରେ ରେଡ୍ କରି ଗୁଡପୋଚ ଜବତ ସହ ଦେଶୀମଦ ମାଫିଆ ରବିନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରିଥିଲା ଅବକାରୀ ଟିମ୍ । ଏହି ସମୟରେ ମଦ ମାଫିଆମାନେ ଅବକାରୀ ଟିମ୍ ଉପରେ ଆକ୍ରମଣ କରିଥିଲେ ।

୬ଟି ଗାଡ଼ି ଭଙ୍ଗାରୁଜା କରିବା ସହ ୪ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ୨୦୨୩ ଜୁଲାଇ ୨୭ ତାରିଖରେ ଏହି ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ହୋଇଥିଲା ଆକ୍ରମଣ । ସେତେବେଳେ ଅବକାରୀ ବିଭାଗ ୨୯ ଜଣଙ୍କ ନାଁରେ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଥିଲା । ଖୁଣ୍ଟୁଣୀ ପୋଲିସ୍ କେବଳ ୪ ଜଣଙ୍କୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ୱାଇଁ ଓରଫ ଭୁଟୁରିକୁ ଖୋଲା ଛାଡି ଦେଇଥିଲା । ମାଫିଆ ରବିନ୍ଦ୍ର ଖୁଲମ ଖୁଲା ବୁଲିବା ସହ ଦେଶୀ ମଦ ବେପାରୀ ଚଳାଇଥିଲା । ପ୍ରଶ୍ନ ମନ୍ତ୍ରୀଙ୍କ ଖାସ୍ ବୋଲି କଣ ପୋଲିସ୍ ହାତ ମାରି ପାରୁନଥିଲା କି ? । ରାଜା ସ୍ୱାଇଁଙ୍କ ଛତ୍ରଛାୟା ତଳେ ଚଳାଇଥିଲା କି ମାଫିଆ ରାଜ୍ ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on excise team during raid in Dalua village | Argus News