Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଗସ ପ୍ରତିନିଧିଙ୍କ କ୍ୟାମେରା ଭାଙ୍ଗିଲେ ବିଜେଡି କର୍ମୀ

Smruti Parija
Browse all articles by Smruti Parija
·2 years ago
ଅର୍ଗସ ପ୍ରତିନିଧିଙ୍କ କ୍ୟାମେରା ଭାଙ୍ଗିଲେ ବିଜେଡି କର୍ମୀ

ଅର୍ଗସ ବ୍ୟୁରୋ: ଅର୍ଗସ ସାମ୍ବାଦିକଙ୍କୁ ଆକ୍ରମଣ । କ୍ୟାମେରା ଭାଙ୍ଗିଦେବାକୁ ମଧ୍ୟ ଚେଷ୍ଟା... ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରିଜାଇଡିଂ ଅଫିସର ବିଜେଡିରେ ଭୋଟ୍ ଦେବାକୁ କହୁଥିବା ଅଭିଯୋଗ ହୋଇଛି । କିଶୋରନଗର ବୋଇଶିଣା 64 ନଂ ବୁଥ୍ ରେ ଦେଖିବାକୁ ମିଳିଛି ଏହି ଘଟଣା । ଏନେଇ ଖବର ପ୍ରସାରଣ କରିବାରୁ ଅର୍ଗସ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି ।

ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଶାସକ ଦଳ ଚେଷ୍ଟା କରୁଛି । ଅଭିଯୋଗ ଆଧାରରେ ପ୍ରିଜାଇଡିଂ ଅଫିସରଙ୍କୁ ଅର୍ଗସ ପ୍ରତିନିଧି ପ୍ରଶ୍ନ କରିବାରୁ ପ୍ରିଜାଇଡିଂ ଅଫିସର ମଧ୍ୟ ନାଲି ଆଖି ଦେଖାଇଛନ୍ତି । ତେବେ ଭୋଟରଙ୍କ କହିବା କଥା ପ୍ରିଜାଇଡିଂ ଅଫିସର ଚିରକୁଟରେ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଗୋଲ୍ ବୁଲାଇ ପ୍ରବର୍ତ୍ତାଉଛନ୍ତି । ଏନେଇ ଖବର ପ୍ରସାରଣ କରିବାରୁ ଅର୍ଗସ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
attack-on-journalist-in-kishorenagar-boisina-booth-64-number-booth | Argus News