Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଦେବାଲାଗି ଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ

Odisha

ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଦେବାଲାଗି ଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·2 years ago
ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଦେବାଲାଗି ଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ

ଅର୍ଗସ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ।  ଅଲିଭ୍ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ କରାଯାଇଛି । ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା | ଅଭୟାରଣ୍ୟ କୂଳ ଠାରୁ ୫ କିମି ଭିତରକୁ ହୁକିଟୋଲା ପାଖରେ ଏହି ଟିମ୍ ପଇଁତରା ମାରୁଥିଲା। ଏହି ସମୟରେ ଏକାସାଙ୍ଗରେ ୧୭ଟି ଟ୍ରଲର୍ ପାଟ୍ରୋଲିଂ ଟିମ୍‌କୁ ଘେରି ଯାଇଥିଲେ ।

ଫରେଷ୍ଟର୍ ସେମାନଙ୍କୁ ବନ୍ଧୁକ ଦେଖାଇ ଗୁଳି ମାରିଦେବାକୁ ନିର୍ଦ୍ଦେଶ ଅଛି ବୋଲି କହିଥିଲେ। ଏହି ସମୟରେ ଦୁଇଟି ପାଟ୍ରୋଲିଂ ଟିମ୍ ଆସୁଥିବା ଦେଖି ମାଫିଆମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ୧୫ ବର୍ଷ ତଳେ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ବି ଯାଇଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on patrol team supposed to protect olive ridley in marine sanctuary | Argus News