Videos
|
Odisha

ୱେବ ସାମ୍ବାଦିକଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇଲେ

Ritu Das
Browse all articles by Ritu Das
·1 year ago
ୱେବ ସାମ୍ବାଦିକଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇଲେ

ଅର୍ଗସ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଶ୍ରୀପୁରା ଗାଁ ଠାରେ ବିଜେଡି ଗୁଣ୍ଡାଙ୍କ ଦାଦାଗିରି । ଶ୍ରୀପୁରା ଗ୍ରାମ ନିକଟରେ ଥିବା ଏଫସଲନ କମ୍ପାନୀ ସମ୍ମୁଖରେ ଗ୍ରାମବାସୀ ବିଭିନ୍ନ ସମସ୍ୟା ଓ ସ୍ଥାନୀୟ ନିଯୁକ୍ତି ଦାବିନେଇ ଧାରଣାରେ ବିସିଥିବା ଆନ୍ଦୋଳନ କାରୀଙ୍କୁ ବିରୋଧ କରାଯାଇଛି। 

କେତେଜଣ ସ୍ଥାନୀୟ ବିଜେଡି ନେତା କମ୍ପାନୀର ଗୁଣ୍ଡା ସାଜି ଗ୍ରାମବାସୀଙ୍କୁ ଧମକ ଚମକ ଦେଉଥିବା ସମୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଘଟଣା ସ୍ଥଳରେ ଥିବା ଖବର ସଂଗ୍ରହ ପାଇଁ ଥିବା ୱେବ ସାମ୍ବାଦିକଙ୍କୁ ଫଟୋ ଭିଡିଓ କରୁଥିବା ସମୟରେ ଗାଳିଗୁଲଜ ବିରୋଧ କରିବା ସହ ୱେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ଜଣଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି ଏବଂ ଆଉ ଜଣଙ୍କର କ୍ୟାମେରା ଛଡେଇ ଫିଙ୍ଗି ଦେଇ ମାଡ଼ପିଟ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ଡାକ୍ତରଖାନା ନେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Attacked the web | Argus News