ଭିଡ଼ ପରିଚାଳନାରେ ଅପରଗତା ଲୁଚାଇବାକୁ ଧର୍ମୀୟ ବିଶ୍ୱାସ ଉପରେ ପ୍ରହାର

ଅର୍ଗସ ବ୍ୟୁରୋ: ଭିଡ଼ ପରିଚାଳନାରେ ଅପରଗତା ଲୁଚାଇବାକୁ ଧର୍ମୀୟ ବିଶ୍ୱାସ ଉପରେ ପ୍ରହାର। ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ସନାତନ ବିରୋଧୀ ମାନସିକତା। ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କାର୍ତ୍ତିକମାସରେ ମାହାପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁଆସିଥାନ୍ତି ବୟସ୍କମାନେ। ଏହି ପରମ୍ପରା ଶହ ଶହ ବର୍ଷରୁ ଚାଲିଆସୁଛି । କାର୍ତ୍ତିକମାସ ଖାସକରି ପଞ୍ଚକ ପାଞ୍ଚଦିନ ପ୍ରତିବର୍ଷ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗେ । ବହୁ ସଂଖ୍ୟାରେ ବୟସ୍କ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି। ତେବେ ଏବର୍ଷ ଭକ୍ତଙ୍କ ଭିଡ ପରିଚାଳନାରେ ବିଫଳ ଶ୍ରୀମନ୍ଦିର ପ୍ରଶାସନ ନିଜ ଅପାରଗତା ଲୁଚାଇବାକୁ ଧର୍ମୀୟ ଭାବନା ଉପରେ କରିଛି ପ୍ରହାର। ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସ୍କମାନଙ୍କୁ ଶ୍ରୀମନ୍ଦିର ନଆସି ଘରେ ରହି ମାହାପ୍ରଭୁଙ୍କୁ ଡାକିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ନେଇ ଭକ୍ତ ମହଲରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା।
ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ। ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ। ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ,ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡବୃଦ୍ଦିକୁ ପ୍ରୋତ୍ସାହନ ଦେଉଥିବା ବେଳେ। ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨