Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - OSAP ବାଟାଲିୟନରେ ପୋଲିସକୁ ହତ୍ୟା ଉଦ୍ୟମ, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Odisha

Attack / OSAP ବାଟାଲିୟନରେ ପୋଲିସକୁ ହତ୍ୟା ଉଦ୍ୟମ, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Rashmita Mishra
Browse all articles by Rashmita Mishra
·2 hours ago·2 min read
OSAP ବାଟାଲିୟନରେ ପୋଲିସକୁ ହତ୍ୟା ଉଦ୍ୟମ, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
Attack

Key Points

ପୋଲିସ ଛାଉଣୀରେ ଖାକିକୁ ଆକ୍ରମଣ
OSAP ବାଟାଲିୟନରେ ପୋଲିସକୁ ହତ୍ୟା ଉଦ୍ୟମ
୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜୋରଦାର
କଟକରେ ପୋଲିସ ସୁରକ୍ଷିତ ନୁହେଁ କି?

କଟକ ଓଏସଏପି ଷଷ୍ଠ ବାଟାଲିୟନ ପରିସରରେ ଗତ ରାତିରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି । ପ୍ରାଥମିକ ତଦନ୍ତ ପରେ ଏହି ମାମଲାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବୁଧବାର ରାତି ପ୍ରାୟ ୮.୩୦ ରୁ ୯ଟା ମଧ୍ୟରେ... ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିର ନିକଟସ୍ଥ ପୋଖରୀ କୂଳରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେଠାରେ କାର୍ଯ୍ୟରତ ବାଟାଲିୟନ କର୍ମଚାରୀମାନେ ସେମାନଙ୍କୁ ପଚରାଉଚୁରା କରିବା ସହ ଅଟକ ରଖିଥିଲେ । ଅଟକ ଯୁବକ ନିଜ ଭାଇଙ୍କୁ ଖବର ଦେଇଥିଲେ । ପରେ ଯୁବକଙ୍କ ଭାଇ ପ୍ରାୟ ୫-୬ ଜଣ ସହଯୋଗୀଙ୍କ ସହ ବାଟାଲିୟନ ଭିତରକୁ ପଶି ଆସି ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରଯାଇଛି ।

ଏଥିସହ ପଢ଼ନ୍ତୁ: ମାଟ୍ରିକ୍ ରେଜଲ୍ଟକୁ ନେଇ ବଡ଼ ଖବର; ୨ ତାରିଖରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଏହି ଘଟଣା ପରେ ବାଟାଲିୟନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ବାହାର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଘଟଣା ସମୟରେ ଉପସ୍ଥିତ ଥିବା ଯୁବତୀଙ୍କୁ ସୁରକ୍ଷିତ ଭାବେ 'ବସୁନ୍ଧରା' ଅନୁଷ୍ଠାନକୁ ପଠାଇ ଦିଆଯାଇଛି । ଗିରଫ ଯୁବକଙ୍କ ମଧ୍ୟରୁ କିଛି ବ୍ୟକ୍ତି ରାପିଡୋ ଚାଳକ ଭାବେ କାମ କରୁଥିବା ବେଳେ ଅନ୍ୟମାନେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ପୋଲିସ ସ୍ପଷ୍ଟ କରିଛି ।

ଗୁରୁତର ଆହତ ପିସିଆର ଷ୍ଟାଫ୍ ବିପିନ ଦାସଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏହି ଘଟଣାରେ ଅନ୍ୟ କୌଣସି ବାହାର ବ୍ୟକ୍ତିଙ୍କ ସଂପୃକ୍ତି ଅଛି କି ନାହିଁ, ସେ ନେଇ ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ଛାନଭିନ୍ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack | OSAP Battalion Attack: 5 Accused Arrested for Attempt to Murder Police | Argus News