Matric Result / ମାଟ୍ରିକ୍ ରେଜଲ୍ଟକୁ ନେଇ ବଡ଼ ଖବର; ୨ ତାରିଖରେ ପ୍ରକାଶ ପାଇବ ପରୀକ୍ଷା ଫଳ
·2 hours ago·2 min read

Key Points
- ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
- ଅପରାହ୍ଣ ୪ଟାରେ ଘୋଷଣା କରାଯିବ ଦଶମ ରେଜଲ୍ଟ
- ସନ୍ଧ୍ୟା ୬ଟାରେ ଅନଲାଇନ୍ରେ ପରୀକ୍ଷା ଫଳ ଉପଲବ୍ଧ ହେବ
- www.bseodisha.ac.in ଓ www.bseodisha.nic.inରେ ଦେଖି ପାରିବେ
କଟକ: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।
ଏଥିସହ ପଢ଼ନ୍ତୁ: ୟୁଜିସି-ନେଟ୍ ପରୀକ୍ଷାରେ ସାମିଲ ହେଲା ‘ପରିସଂଖ୍ୟାନ’ ଓ ‘ବନ ବିଜ୍ଞାନ’, ଜୁନ୍ ୨୦୨୬ରୁ ହେବ କାର୍ଯ୍ୟକାରୀ
ବୋର୍ଡ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ, କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଘୋଷଣା ହେବ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆସନ୍ତା ୨ ତାରିଖ ଅପରାହ୍ଣ ୪ଟା ସମୟରେ ପ୍ରକାଶ ପାଇବ ରେଜଲ୍ଟ ।
ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ଘୋଷଣା ପରେ ୱେବସାଇଟ୍ରେ ଉପଲବ୍ଧ ହେବ । ସେହି ଦିନ ସନ୍ଧ୍ୟା ୬ଟାରୁ ଅନଲାଇନରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏଥିସହ ଏସଏମଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣି ହେବ ।
ମାଟ୍ରିକ୍ ରେଜଲ୍ଟ ଜାଣିବା ଲାଗି ଆପଣ www.bseodisha.ac.in କିମ୍ବା www.bseodisha.nic.in ଭିଜିଟ୍ କରିପାରିବେ । ଏଥିସହ OR10 (Roll Number) ଟାଇପ୍ କରି 5676750ରେ ମେସେଜ କଲେ ମୋବାଇଲ୍କୁ ଆସିଯିବ ରେଜଲ୍ଟ ।
ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । କପି ଓ ଅନିୟମିତତା ରୋକିବା ପାଇଁ ପ୍ରଥମ ଥର ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହୋଇଥିଲା ।
ଏଥିସହ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ଦେଲେନି ପାଖାପାଖି ୧୦ ହଜାର ପିଲା
ଅତ୍ୟାଧୁନିକ AI ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ କମାଣ୍ଡ କଣ୍ଟ୍ରୋଲ ରୁମ୍ ଦ୍ୱାରା ପରୀକ୍ଷାର୍ଥୀ ଓ ପରୀକ୍ଷା କେନ୍ଦ୍ରଗୁଡିକକ ଉପରେ ବୋର୍ଡ ମୁଖ୍ୟାଳୟରୁ ରହିଥିଲା ତୀକ୍ଷ୍ଣ ନଜର। ଚଳିତ ଥର ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏ ଚାଲିଥିଲା ।
ଦଶମ ପରୀକ୍ଷା ଦେବାକୁ ୫, ୪୬ ହଜାର ୮୭୬ ଜଣ ବିଦ୍ୟାର୍ଥୀ ଫର୍ମ ଫିଲଅପ୍ କରିଥିଲେ । ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ ହଜାର ୯୪୬ ଜଣ ଛାତ୍ରଛାତ୍ରୀ । ରାଜ୍ୟର ୫୧ଟି ଖାତା ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୨ ହଜାର ୨୦୦ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହୋଇଥିଲେ ।

#BreakingNews I Odisha Matric Exam Results to be declared on May 2.
— Argus News (@ArgusNews_in) April 30, 2026
The Board of Secondary Education (BSE) has announced that results will be published at 4 PM and available online from 6 PM at https://t.co/iWG0dR22r6 or https://t.co/Q22aSJxPF1.
Students can also get results… pic.twitter.com/TO361ZKl4Y
ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ଘୋଷଣା ପରେ ୱେବସାଇଟ୍ରେ ଉପଲବ୍ଧ ହେବ । ସେହି ଦିନ ସନ୍ଧ୍ୟା ୬ଟାରୁ ଅନଲାଇନରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏଥିସହ ଏସଏମଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣି ହେବ ।
ମାଟ୍ରିକ୍ ରେଜଲ୍ଟ ଜାଣିବା ଲାଗି ଆପଣ www.bseodisha.ac.in କିମ୍ବା www.bseodisha.nic.in ଭିଜିଟ୍ କରିପାରିବେ । ଏଥିସହ OR10 (Roll Number) ଟାଇପ୍ କରି 5676750ରେ ମେସେଜ କଲେ ମୋବାଇଲ୍କୁ ଆସିଯିବ ରେଜଲ୍ଟ ।
ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । କପି ଓ ଅନିୟମିତତା ରୋକିବା ପାଇଁ ପ୍ରଥମ ଥର ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହୋଇଥିଲା ।
ଏଥିସହ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ଦେଲେନି ପାଖାପାଖି ୧୦ ହଜାର ପିଲା
ଅତ୍ୟାଧୁନିକ AI ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ କମାଣ୍ଡ କଣ୍ଟ୍ରୋଲ ରୁମ୍ ଦ୍ୱାରା ପରୀକ୍ଷାର୍ଥୀ ଓ ପରୀକ୍ଷା କେନ୍ଦ୍ରଗୁଡିକକ ଉପରେ ବୋର୍ଡ ମୁଖ୍ୟାଳୟରୁ ରହିଥିଲା ତୀକ୍ଷ୍ଣ ନଜର। ଚଳିତ ଥର ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏ ଚାଲିଥିଲା ।
ଦଶମ ପରୀକ୍ଷା ଦେବାକୁ ୫, ୪୬ ହଜାର ୮୭୬ ଜଣ ବିଦ୍ୟାର୍ଥୀ ଫର୍ମ ଫିଲଅପ୍ କରିଥିଲେ । ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ ହଜାର ୯୪୬ ଜଣ ଛାତ୍ରଛାତ୍ରୀ । ରାଜ୍ୟର ୫୧ଟି ଖାତା ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୨ ହଜାର ୨୦୦ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories