Videos
|
Odisha

ଇଞ୍ଜେକ୍ସନ ଦେଇ ଦଶମଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

Ritu Das
Browse all articles by Ritu Das
·2 years ago
ଇଞ୍ଜେକ୍ସନ ଦେଇ ଦଶମଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ଅର୍ଗସ ବ୍ୟୁରୋ: ଇଞ୍ଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ। ଗାଁ ଲୋକଙ୍କ ପାଟି ଶୁଣି ଛାତ୍ରଙ୍କୁ ଛାଡି ଫେରାର ହେଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୌଦ୍ଧ ମନମୁଣ୍ଡା ଥାନା ଗବଯୋର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବିତ ବାଗ ନାମକ ଛାତ୍ର ସ୍କୁଲକୁ ଆସୁଥିବା ବେଳେ ୫ଜଣ ଅଜଣା ଯୁବକ ବାଟରେ ଅଟକାଇବା ସହ ଇଞ୍ଜେକ୍ସନ ଦେଇଥିଲେ।

ଅଚେତ ଅବସ୍ଥାରେ ସମ୍ବିତଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଗାଁ ଲୋକଙ୍କ ପାଟି ଶୁଣି ଏହି ଦୁବୃର୍ତ୍ତ ମାନେ ସେଠାରୁ ଖସି ଯାଇଥିଲେ। ପରେ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ସମ୍ବିତଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି। ତେବେ କିଏ ଓ କାହିଁକି ସମ୍ବିତଙ୍କୁ ଅପହରଣ କରିବାକୁ ଚାହୁଁଥିଲା ତାର କାରଣ ଅସ୍ପଷ୍ଟ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Attempted abduction | Argus News