Videos
|
Odisha

ମାଆଙ୍କ ପାଇଁ ମେଡ଼ିସିନ ଆଣିବାକୁ ଯାଉଥିଲେ, ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·2 years ago
ମାଆଙ୍କ ପାଇଁ ମେଡ଼ିସିନ ଆଣିବାକୁ ଯାଉଥିଲେ,  ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ଅର୍ଗସ ବ୍ୟୁରୋ: ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ।  ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏଭଳି ସଂଗୀନ ଅଭିଯୋଗ l ରାତିରେ ହସପିଟାଲ ଲିଫ୍ଟରେ ମାଆଙ୍କ ପାଇଁ ମେଡ଼ିସିନ ଆଣିବାକୁ ଏକାକୀ ଯାଉଥିଲେ ନାବାଳିକା ଜଣଙ୍କ l ଏହି ସମୟରେ ଲିଫଟରେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣର ଅଭିଯୋଗ ହୋଇଛି l କିଛି ମେଡିକାଲ କର୍ମଚାରୀଙ୍କ ଦ୍ବାରା ଗୁରୁତର ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛି ନାବାଳିକା l

ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାଏକ ଏଭଳି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତଚି ପରିବାର ଲୋକେ। ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ପିଡିତାକୁ ଭେଟିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Attempted molestation of a minor in an elevator | Argus News