Videos
|
Odisha

ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

Rashmita Mishra
Browse all articles by Rashmita Mishra
·2 years ago
ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ଅର୍ଗସ ବ୍ୟୁରୋ: ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ ପ୍ରେମିକ ମୃତ ପ୍ରେମିକା ଗୁରୁତର।ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଅଡାଯୋର ଗ୍ରାମ ନିକଟରେ।କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲସିଂ ମାଝୀ ଅଡାଯୋର୍ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଲସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥଲେ।ଫଳରେ ଘଟଣା ସ୍ଥଳରେ ମଙ୍ଗଲସିଂ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି।କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ର୍ତି କରିଥିଲେ।ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରାଥମିକ ଚିକିତ୍ସାପରେ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।ଅଭୀଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଛି।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: