Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଭଳି ମା', ନିଜ ଶିଶୁକୁ କରୁଥିଲା ହତ୍ୟା ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·2 years ago
କିଭଳି ମା',  ନିଜ ଶିଶୁକୁ  କରୁଥିଲା ହତ୍ୟା ଉଦ୍ୟମ

ଅର୍ଗସ ବ୍ୟୁରୋ:  ନିଜ ଶିଶୁକୁ ହତ୍ୟା ଉଦ୍ୟମ ବେଳେ ମା'କୁ କାବୁ କଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ପାୟାସାହି ଛକ ନିକଟରେ। ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ଅଞ୍ଚଳର ତପସ୍ୱନି ମଳିକ ନାମକ ଏହି ମହିଳା ଜଣଙ୍କ ନିଜର ମାସକର ଛୁଆକୁ ଧରି ଧୁଷୁରୀ ଅଭିମୁଖେ ଆସୁଥିବା ବେଳେ ଧୂଷୁରୀ ପାୟାସାହି ଛକ ନିକଟରେ ନିଜ ଶିଶୁର ତଣ୍ଟି ଚିପି ମାରିବାକୁ ଉଦ୍ୟମ କରୁଥିଲା।

ସ୍ଥାନୀୟ ଲୋକେ ଦେଖି ପାଟିତୁଣ୍ଡ କରିବାରୁ ମା'ଟି ତାର ଛୁଆ ସହିତ କିଛି ବାଟ ପଳାଇଥିଲା। ପୁଣି ନିକଟରେ ଏକ ପାଣି ନାଳରେ ଛୁଆ ପକାଇ ହତ୍ୟା ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ କାବୁକରି ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଧୁଷୁରୀ ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ମା କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attempted murder of own child | Argus News