Videos
|
Odisha

ଅନୈତିକ କାର୍ଯ୍ୟ ପାଇଁ ରାଜି ନହେବାରୁ ଦୁଇ ଯୁବତୀଙ୍କୁ ହତ୍ୟା ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·2 years ago
ଅନୈତିକ କାର୍ଯ୍ୟ ପାଇଁ ରାଜି ନହେବାରୁ ଦୁଇ ଯୁବତୀଙ୍କୁ ହତ୍ୟା ଉଦ୍ୟମ

ଅର୍ଗସ ବ୍ୟୁରୋ: ଅନୈତିକ କାର୍ଯ୍ୟ ପାଇଁ ରାଜି ନହେବାରୁ ଦୁଇ ଯୁବତୀଙ୍କୁ ଗାଡି ମଡାଇ ହତ୍ୟା ଉଦ୍ୟମ । ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ । ୨ ତାରିଖ ଅପରାହ୍ନରେ ଦୁଇ ଭଉଣୀ ସାଙ୍ଗ ହୋଇ ନିଜ ମାମୁଁ ଘରକୁ ଯିବା ରାସ୍ତାରେ ଘଟିଥିଲା ଘଟଣା । ନରେନ୍ଦ୍ରପୁର ଫାଣ୍ଡି କାକୁଡିଆପଦାଠାରେ ଦୁଇ ଯୁବତୀଙ୍କ ସ୍କୁଟି ସହ ଜାଣିଶୁଣି ନିଜ ବାଇକ୍ ଧକ୍କା କରାଇଥିଲେ ତେଣ୍ଡାକୋଡା ଅଞ୍ଚଳର ଦୁଇ ଜଣ ଯୁବକ ।

କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛନ୍ତି ପୀଡିତା ଦୁଇ ଭଉଣୀ ଅଫିଫା ତସଲିନ ଓ ନିହା ଫରଦୋଷ । ଏନେଇ ଥାନାରେ ଗତ 5 ତାରିଖରୁ ଅଭିଯୋଗ ସତ୍ତ୍ବେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: