Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗନ୍ନାଥ ଧାମକୁ ଅଯୋଧ୍ୟା ସହ ଯୋଡ଼ିବାକୁ ଓଡ଼ିଆଙ୍କ ପ୍ରୟାସ

Odisha

ଜଗନ୍ନାଥ ଧାମକୁ ଅଯୋଧ୍ୟା ସହ ଯୋଡ଼ିବାକୁ ଓଡ଼ିଆଙ୍କ ପ୍ରୟାସ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜଗନ୍ନାଥ ଧାମକୁ ଅଯୋଧ୍ୟା ସହ ଯୋଡ଼ିବାକୁ ଓଡ଼ିଆଙ୍କ ପ୍ରୟାସ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ନୀଳକଣ୍ଠପୁର ଗାଁର ପରୀକ୍ଷିତ ଓଝା । ରାମ ମନ୍ଦିର ନିର୍ମାଣର ଜଣେ ସହଯୋଗୀ ଶିଳ୍ପୀ । ଗତ ଜୁଲାଇ ମାସରେ ଏକ କମ୍ପାନୀ ଦ୍ଵାରା ମନୋନୀତ ହୋଇ ସେ ଅଯୋଧ୍ୟା ଯାଇଥିଲେ । ଅଯୋଧ୍ୟା ରାମ ମନ୍ଦିର ପରିସରରେ ଥିବା ରଙ୍ଗ ମଣ୍ଡପରେ ସ୍ଥାପିତ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଦାୟିତ୍ଵରେ ଥିଲେ ପରୀକ୍ଷିତ । ମନ୍ଦିର ପରିସରରେ ନିର୍ମାଣ ହେଉଥିବା ୬ ଗୋଟି ଅନ୍ୟ ମନ୍ଦିରର ନିର୍ମାଣରେ ମଧ୍ୟ ପରୀକ୍ଷିତଙ୍କ ଭୂମିକା ରହିଛି । ମନ୍ଦିର ନିର୍ମାଣ କାର୍ଯ୍ୟରୁ ସାମୟିକ ବିରତି ନେଇ ଘରକୁ ଫେରିବା ପରେ ।

ଏବେ ପୁଣି ପରୀକ୍ଷିତଙ୍କୁ ଅଯୋଧ୍ୟାରୁ ଡାକରା ଆସିଛି । ମାତ୍ର ୧୪ ବର୍ଷ ବୟସରେ ପରୀକ୍ଷିତ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ପରୀକ୍ଷିତଙ୍କ ଯୋଗଦାନ ପାଇଁ ତାଙ୍କ ପରିବାର ଲୋକେ ବେଶ୍ ଖୁସି । ସେହିପରି ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ମାଲକାନଗିରି, ତାଳଚେର ଓ ଗଞ୍ଜାମରୁ ଚାଲି ଚାଲି ଅଯୋଧ୍ୟା ଯାଇଥିଲେ ଓଡ଼ିଆ ପିଲା । ମାଲକାନଗିରିର ଦୁଇ ଯୁବକ ଦିନେସ ପଟ୍ଟନାୟକ ଓ ଲୁଲୁ ଭାଇ ଦୀର୍ଘ 1250 କିମି ଅଯୋଧ୍ୟା ପଦଯାତ୍ରା କରିଥିଲେ । ସେହିପରି ତାଳଚେର ଯୁବକ ଶୁଭମ ସାହୁ ରାମଲାଲାଙ୍କ ଗୋଟିଏ ଝଲକ ଦର୍ଶନ ପାଇଁ ଚାଲି ଚାଲି ଅଯୋଧ୍ୟା ଯାଇଥିଲେ । ଏଥିସହ ବ୍ରହ୍ମପୁର ଉପକଣ୍ଠ କନିସି ଗାଁର ଦୁଇ ଯୁବକ ରାମଭକ୍ତିରେ ନିଜକୁ ଲୀନ କରି 1400 କିମି ପାଦରେ ଚାଲି ଚାଲି ଅଯୋଧ୍ୟା ଯାତ୍ରା କରିଥିଲେ ।

ଭବ୍ୟ ରାମ ମନ୍ଦିର ନିର୍ମାଣ ଓ ପ୍ରାଣପ୍ରତିଷ୍ଠା ଉତ୍ସବରେ ରାତିଦିନ ଅର୍ଗସ ନିଜକୁ ସାମିଲ୍ କରିଥିଲା। ପ୍ରତି ରାମ ଭକ୍ତଙ୍କ ପାଖେ ରାଘବଙ୍କ ସହ ଜଡିତ ଟିକନିକ୍ ଖବର ପହଞ୍ଚାଇଥିଲା ଅର୍ଗସ୍ । ଘରେ ବସି ଅର୍ଗସରେ ଅଯୋଧ୍ୟାର ଭବ୍ୟ ଆୟୋଜନ ଦେଖୁଥିଲେ ଦର୍ଶକ । ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସବୁଠି ଉତ୍ସବ ମୁଖର । ସାରା ବିଶ୍ବରେ ଏହାକୁ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ସଂସଦରେ ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Education Next Season 5
Sponsored
Attempts by the Odias to connect Jagannath Dham with Ayodhya | Argus News