Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରୀୟ ଯୋଜନା ନାଁରେ ଶ୍ରେୟ ନେବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

Banajyotshna Ray
Browse all articles by Banajyotshna Ray
·2 years ago
କେନ୍ଦ୍ରୀୟ ଯୋଜନା ନାଁରେ ଶ୍ରେୟ ନେବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଯୋଜନା ନାଁରେ ଶ୍ରେୟ ନେବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ବଡମ୍ବା ବାଙ୍ଗରିସିଂହା ଗାଁରେ ତାତିଲେ ଗ୍ରାମବାସୀ ଓ ବିଜେପି କର୍ମୀ । ବଡମ୍ବାରେ କେନ୍ଦ୍ର ସରକାରଙ୍କ ଚାଉଳ କେନ୍ଦ୍ର ଆଗରେ ଲାଗିଥିବା ନବୀନଙ୍କ ବ୍ୟାନରକୁ ଚିରି ଫିଙ୍ଗି ଦେଇଛନ୍ତି ଗ୍ରାମବାସୀ । ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାରେ ବି ସାମ୍ନାକୁ ଆସିଥିଲା ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତ । କେନ୍ଦ୍ର ସରକାରଙ୍କ ଚାଉଳ କେନ୍ଦ୍ର ଆଗରେ ଲାଗିଥିଲା ନବୀନଙ୍କ ପୋଷ୍ଟର । ଯାହାକୁ କାଢି ଫୋପାଡିବା ସହ କଷ୍ଠା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲା ବିଜେପି କର୍ମୀ ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦି ଚାଉଳରେ ନବୀନ ବ୍ରାଣ୍ଡ ଲଗାଇବାକୁ ନେଇ କଡ଼ା ସମାଲୋଚନା କରିଥିଲେ । ଧର୍ମେନ୍ଦ୍ର କହିଥିଲେ, ପ୍ରଚାର ସର୍ବସ୍ବ ପାଲଟିଛନ୍ତି ଓଡ଼ିଶା ସରକାର । ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attempts by the state government to take credit for the central scheme | Argus News