Beef Eating Scene / ଗୋ ମାଂସ ଖୁଆଇବା ଦୃଶ୍ୟରେ ତାତିଲେ ଦର୍ଶକ, ମଞ୍ଚ ଉପରକୁ କଲେ ଚେୟାର ଓ ବୋତଲ ମାଡ଼
·1 hour ago·2 min read

Key Points
ଯାତ୍ରା ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ
‘ସନାତନୀ’ ନାଟକ ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଉତ୍ତେଜନା
ଧର୍ମାନ୍ତରୀକରଣ ଦୃଶ୍ୟକୁ ବିରୋଧ କଲେ କିଛି ଦର୍ଶକ
ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ

ଆଠଗଡ଼,୧୮/୦୯: ଯାତ୍ରା ସମୟରେ ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ । ନୂଆପାଟଣାରେ ‘ସନାତନୀ’ ନାଟକ ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଧର୍ମାନ୍ତରୀକରଣ ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖାଯାଇଛି। ଏହି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଯାତ୍ରା ପରିବେଷଣ ବେଳେ।
ଗତକାଲି ଅପେରା ଯାଜ୍ଞସେନୀ ପକ୍ଷରୁ କଟକର ତିଗିରିଆରେ ‘ସନାତନୀ’ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ ଅଭିନେତ୍ରୀ ତମସା, ଖଳନାୟକ ସନ୍ଦୀପଙ୍କ ସହ ଅନ୍ୟ ସହକଳାକାରମାନେ ଅଭିନୟ କରୁଥିଲେ। ଏତିକିବେଳେ ଏକ ସିନ୍ କୁ ନେଇ ଦର୍ଶକ ଉତ୍ତେଜିତ ହୋଇଥିଲେ। ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ତେବେ ଘଟଣାକୁ ନେଇ ଯାତ୍ରା କମିଟି କିମ୍ବା କଳାକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ସହ ପାଣି ବୋତଲ ମାଡ । କେତେବେଳେ ଆପତ୍ତି ଜନକ ଦୃଶ୍ୟ ପାଇଁ ତ ଆଉ କେତେବେଳେ ଧର୍ମାନ୍ତିକରଣ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକ ମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଚେୟାର ପାଣି ବୋତଲ ଫିଙ୍ଗି ସିଧା ସଳଖ ପ୍ରତିବାଦ କରୁଛନ୍ତି।
ପଢନ୍ତୁ ଏହି ଖବର: ନିଶା ମହାରଣାଙ୍କୁ ଚେୟାର ମାଡ଼, ଦୁଷ୍କର୍ମ ସିନ୍ ବେଳେ ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁର୍ବରୁ ମଧ୍ୟ ଅପେରା ଯାଜ୍ଞସେନୀ ଯାତ୍ରା ମଞ୍ଚରେ ଉଡ଼ିଥିଲା ଚେୟାର। ସନାତନୀ ନାଟକରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯିବାର ଦୃଶ୍ୟ ପରିବେଷଣ ସମୟରେ କିଛି ଦର୍ଶକ ଉତକ୍ଷିପ୍ତ ହୋଇ କଳାକାରଙ୍କ ଉପରକୁ ଚେୟାର ମାଡ଼ କରିଥିଲେ। ଏଥିରେ ଅଭିନେତ୍ରୀ ତମସା ଆହତ ହୋଇଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା। ପରେ ସେ ସୁସ୍ଥ ହୋଇଥିଲେ।
ସେପଟେ ଗତ ୭ ତାରିଖରେ ଆଠଗଡରେ ନିଶା ମହାରଣାଙ୍କ ଅଭିନୟ ବେଳେ ତାଙ୍କୁ ଦର୍ଶକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା। ନୁଆ କରି ଗଢ଼ି ଉଠିଥିବା ତାରିଣୀ ଗଣନାଟ୍ୟରେ ନିଶାଙ୍କୁ ଯୋରଦାର ବିରୋଧ କରାଯାଇଥିଲା। ରବିବାର ଆଠଗଡ କଇଥ ଛକଠାରେ ତାରିଣୀ ଗଣନାଟ୍ୟର ପ୍ରଥମ ରାତିର ନାଟକ "ନିଶା ନିଶା ରାତି" ଯାତ୍ରା ପରିବେଷଣ ବେଳେ ନିଶା ମହାରଣା ଅଭିନୟ କରୁଥିଲେ । ଏହି ସମୟରେ ସେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିଲେ । ଯେଉଁଥି ପାଇଁ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଥିଲେ ଦର୍ଶକ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏକଦା ଯାତ୍ରାପ୍ରେମୀଙ୍କୁ କନ୍ଦାଇ ପକାଉଥିଲା ଭିନ୍ନ ଭିନ୍ନ ସାମାଜିକ ନାଟକ। ହେଲେ ଏବେକାର ଯାତ୍ରାପ୍ରେମୀଙ୍କୁ ଧରି ରଖିବା ଆଶାରେ କିଏ ଜାତି ଧର୍ମ ସହ ଭେଦଭାବର କାହାଣୀକୁ ଆପଣାଉଛନ୍ତି ତ ଆଉ କିଏ ପୁଣି ଅଶ୍ଳୀଳତା ଭରି ଦେଉଛନ୍ତି ସଂଳାପରେ। ଏସବୁ ଭିତରେ ପାଦେ ଆଗକୁ ଯାଇ ତୁଚ୍ଛାରେ ଷ୍ଟେଜ ଉପରକୁ ଚେୟାର ଉଡୁଛି ମଝି ରାତିରେ।

Related Topics
Explore more stories