Videos
|
Odisha

Bottles Hurled at Stage / ମଞ୍ଚ ଉପରକୁ ଫୋପାଡ଼ିଲେ ବୋତଲ, ଜାଣନ୍ତୁ କଣ ପାଇଁ ତାତିଲେ ଦର୍ଶକ

Bikash Mohanty
Browse all articles by Bikash Mohanty
·1 hour ago·2 min read
ମଞ୍ଚ ଉପରକୁ ଫୋପାଡ଼ିଲେ ବୋତଲ, ଜାଣନ୍ତୁ କଣ ପାଇଁ ତାତିଲେ ଦର୍ଶକ
Jatra

Key Points

ଯାତ୍ରାମଞ୍ଚ ଉପରକୁ କଲେ ବୋତଲ ମାଡ଼
‘ଲଭ୍ ଜିହାଦ୍’ ନାଟକ ଚାଲିଥିବା ବେଳେ ଘଟିଲା ଘଟଣା
କଳାକାରଙ୍କ ଉପରକୁ ବୋତଲ ମାଡ଼
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲିରେ ଚାଲିଥିଲା ଯାତ୍ରା
ବିନିକା,୨୮/୦୯: ବିନିକାରେ ଯାତ୍ରା ପେଣ୍ଡାଲରେ ଉତ୍ତେଜନା। ‘ଲଭ୍ ଜିହାଦ୍’ ନାଟକ ଚାଲିଥିବା ବେଳେ କଳାକାରଙ୍କ ଉପରକୁ ଚେୟାର ଓ ବୋତଲ ମାଡ଼ । ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ଏସ୍. ରାମପୁରଠାରେ ଚାଲିଥିବା ଯାତ୍ରା ମଞ୍ଚରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ମଞ୍ଚ ଆଡ଼କୁ ବୋତଲ ଫିଙ୍ଗିଥିଲେ ଦର୍ଶକ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଏସ୍‌. ରାମପୁରରେ ଚାଲିଥିବା ଯାତ୍ରା ଧଉଳି ଅପେରା ରେ ପରିବେଷିତ ଲଭ୍ ଜିହାଦ୍ ନାଟକକୁ ନେଇ ପୁଣିଥରେ ଉତ୍ତେଜନା ଦେଖାଦେଇଛି। କଣ୍ଟିଲୋର ଆରାଧ୍ୟ ଦେବତା ନୀଳମାଧବଙ୍କୁ ନେଇ ଏକ ଦୃଶ୍ୟ ଓ ଅପଶଦ୍ଦ ବ୍ୟବହାର କରି ନାଟକ ପରିବେଷଣ ସମୟରେ ଦର୍ଶକ ରାଗିଯାଇ ଥିଲେ ।

ଦର୍ଶକଙ୍କ ଅଭିଯୋଗ ଅନୁସାରେ, ଉକ୍ତ ଦୃଶ୍ୟରେ ଭଗବାନ ନୀଳମାଧବଙ୍କୁ ନେଇ କଟାକ୍ଷ, ଆପତ୍ତିଜନକ ସଂଳାପ ଓ ଧାର୍ମିକ ଭାବନାକୁ ଆଘାତ କରୁଥିବା ଶବ୍ଦ ବ୍ୟବହାର କରାଯାଇଥିଲା। ଏହାକୁ ନେଇ କିଛି ଦର୍ଶକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ମଞ୍ଚ ଆଡ଼କୁ ବୋତଲ ଫିଙ୍ଗିଥିଲେ। ଫଳରେ କିଛି ସମୟ ପାଇଁ ଯାତ୍ରା ପରିସରରେ ହୋହଲ୍ଲା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଘଟଣାରେ କିଛି କଳାକାର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଯାତ୍ରା କମିଟି ପକ୍ଷରୁ ହସ୍ତକ୍ଷେପ କରାଯାଇ ପରିସ୍ଥିତିକୁ ଶାନ୍ତ କରାଯାଇଥିଲା ।

ନାଟକରେ ଧର୍ମ ପରିବର୍ତ୍ତନ, ‘ଲଭ୍ ଜିହାଦ୍’, ହିନ୍ଦୁ ଯୁବତୀଙ୍କୁ ନିର୍ଯାତନା ଏବଂ ବାଂଲାଦେଶୀ ଓ ରୋହିଙ୍ଗ୍ୟା ପ୍ରସଙ୍ଗ ଭଳି ସମ୍ବେଦନଶୀଳ ବିଷୟକୁ ଉପସ୍ଥାପନ କରାଯାଇଥିବା ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାରମ୍ୱାର ଏପରି ଘଟଣା ଘଟୁଥିବାରୁ ନାଟକ ପରିବେଷଣକୁ ବନ୍ଦ୍ କରିବା ଲାଗି ଦାବୀ ହେଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିଶା ମହାରଣାଙ୍କୁ ଚେୟାର ମାଡ଼, ଦୁଷ୍କର୍ମ ସିନ୍ ବେଳେ ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ

ଗତ ୨୬ ତାରିଖରେ ଅପେରା ଯାଜ୍ଞସେନୀ ପକ୍ଷରୁ କଟକର ତିଗିରିଆରେ ‘ସନାତନୀ’ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ ଅଭିନେତ୍ରୀ ତମସା, ଖଳନାୟକ ସନ୍ଦୀପଙ୍କ ସହ ଅନ୍ୟ ସହକଳାକାରମାନେ ଅଭିନୟ କରୁଥିଲେ। ଏତିକିବେଳେ ଏକ ସିନ୍ କୁ ନେଇ ଦର୍ଶକ ଉତ୍ତେଜିତ ହୋଇଥିଲେ। ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ତେବେ ଘଟଣାକୁ ନେଇ ଯାତ୍ରା କମିଟି କିମ୍ବା କଳାକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଗତ ୧୮ ତାରିଖରେ ଆଠଗଡ଼ରେ ଯାତ୍ରା ସମୟରେ ମଞ୍ଚ ଉପରକୁ ହୋଇଥିଲା ଚେୟାର ଓ ବୋତଲ ମାଡ । ନୂଆପାଟଣାରେ ‘ସନାତନୀ’ ନାଟକ ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଧର୍ମାନ୍ତରୀକରଣ ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖାଯାଇଛି। ଏହି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଯାତ୍ରା ପରିବେଷଣ ବେଳେ।

ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ସହ ପାଣି ବୋତଲ ମାଡ । କେତେବେଳେ ଆପତ୍ତି ଜନକ ଦୃଶ୍ୟ ପାଇଁ ତ ଆଉ କେତେବେଳେ ଧର୍ମାନ୍ତିକରଣ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକ ମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଚେୟାର ପାଣି ବୋତଲ ଫିଙ୍ଗି ସିଧା ସଳଖ ପ୍ରତିବାଦ କରୁଛନ୍ତି।