Viral News / ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ଼,ଜାଣନ୍ତୁ କଣ ପାଇଁ ତାତିଲେ ଦର୍ଶକ
·5 hours ago·2 min read

Key Points
ମଞ୍ଚ ଉପରକୁ କଲେ ଚେୟାର ଓ ବୋତଲ ମାଡ଼
‘ଲଭ୍ ଜିହାଦ୍’ ନାଟକ ଚାଲିଥିବା ବେଳେ ଘଟିଲା ଘଟଣା
କଳାକାରଙ୍କ ଉପରକୁ ଚେୟାର ଓ ବୋତଲ ମାଡ଼
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲିରେ ଚାଲିଥିଲା ଯାତ୍ରା

ବିନିକା,୨୬/୦୯: ବିନିକାରେ ଯାତ୍ରା ପେଣ୍ଡାଲରେ ଉତ୍ତେଜନା। ‘ଲଭ୍ ଜିହାଦ୍’ ନାଟକ ଚାଲିଥିବା ବେଳେ କଳାକାରଙ୍କ ଉପରକୁ ଚେୟାର ଓ ବୋତଲ ମାଡ଼ । ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ଏସ୍. ରାମପୁରଠାରେ ଚାଲିଥିବା ଯାତ୍ରା ମଞ୍ଚରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି।
'ଧଉଳି ଅପେରା' ପକ୍ଷରୁ 'ଲଭ୍ ଜିହାଦ୍' ଶୀର୍ଷକ ନାଟକ ପରିବେଷଣ କରାଯାଉଥିବା ସମୟରେ ଅଚାନକ ଦର୍ଶକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନାଟକର କୌଣସି ଏକ ଦୃଶ୍ୟକୁ ନେଇ କିଛି ଦର୍ଶକ ଅସନ୍ତୋଷ ପ୍ରକାଶ କରିବା ସହ ହଠାତ୍ ଉତ୍ତେଜିତ ହୋଇପଡ଼ିଥିଲେ। ଉତ୍ତେଜିତ ଦର୍ଶକମାନେ ଯାତ୍ରା ପେଣ୍ଡାଲ୍ ଆଡ଼କୁ ଚେୟାର, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗିବା ଆରମ୍ଭ କରିଦେଇଥିଲେ।
ତେବେ ଏହି ଆକ୍ରମଣ ଯୋଗୁଁ ମଞ୍ଚ ଉପରେ ଅଭିନୟ କରୁଥିବା କଳାକାରମାନେ କିଛି ସମୟ ପାଇଁ ଛାନିଆ ହୋଇପଡ଼ିଥିଲେ। କେତେକ ଉତ୍ତେଜିତ ଦର୍ଶକ ମଞ୍ଚ ଉପରକୁ ବି ଚଢ଼ିଯାଇଥିଲେ, ଯାହାଫଳରେ ପରିସ୍ଥିତି ଅଧିକ ସଂବେଦନଶୀଳ ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅପେରା ଆୟୋଜକ କମିଟିର ସଦସ୍ୟମାନେ ତୁରନ୍ତ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। କମିଟିର ବରିଷ୍ଠ ସଦସ୍ୟଙ୍କ ହସ୍ତକ୍ଷେପ ଏବଂ ମଧ୍ୟସ୍ଥତା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ପଢନ୍ତୁ ଏହି ଖବର: ଗୋ ମାଂସ ଖୁଆଇବା ଦୃଶ୍ୟରେ ତାତିଲେ ଦର୍ଶକ, ମଞ୍ଚ ଉପରକୁ କଲେ ଚେୟାର ଓ ବୋତଲ ମାଡ଼

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୧୮ ତାରିଖରେ ଆଠଗଡ଼ରେ ଯାତ୍ରା ସମୟରେ ମଞ୍ଚ ଉପରକୁ ହୋଇଥିଲା ଚେୟାର ଓ ବୋତଲ ମାଡ । ନୂଆପାଟଣାରେ ‘ସନାତନୀ’ ନାଟକ ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଧର୍ମାନ୍ତରୀକରଣ ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖାଯାଇଛି। ଏହି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଯାତ୍ରା ପରିବେଷଣ ବେଳେ।
ଗତକାଲି ଅପେରା ଯାଜ୍ଞସେନୀ ପକ୍ଷରୁ କଟକର ତିଗିରିଆରେ ‘ସନାତନୀ’ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ ଅଭିନେତ୍ରୀ ତମସା, ଖଳନାୟକ ସନ୍ଦୀପଙ୍କ ସହ ଅନ୍ୟ ସହକଳାକାରମାନେ ଅଭିନୟ କରୁଥିଲେ। ଏତିକିବେଳେ ଏକ ସିନ୍ କୁ ନେଇ ଦର୍ଶକ ଉତ୍ତେଜିତ ହୋଇଥିଲେ। ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ତେବେ ଘଟଣାକୁ ନେଇ ଯାତ୍ରା କମିଟି କିମ୍ବା କଳାକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ସହ ପାଣି ବୋତଲ ମାଡ । କେତେବେଳେ ଆପତ୍ତି ଜନକ ଦୃଶ୍ୟ ପାଇଁ ତ ଆଉ କେତେବେଳେ ଧର୍ମାନ୍ତିକରଣ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକ ମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଚେୟାର ପାଣି ବୋତଲ ଫିଙ୍ଗି ସିଧା ସଳଖ ପ୍ରତିବାଦ କରୁଛନ୍ତି।

Related Topics
Explore more stories