Videos
|
Odisha

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଆଳି କଂଗ୍ରେସ ବିଧାୟକ ପ୍ରାର୍ଥିନୀ

Smruti Parija
Browse all articles by Smruti Parija
·1 year ago·1 min read
ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଆଳି କଂଗ୍ରେସ ବିଧାୟକ ପ୍ରାର୍ଥିନୀ

କେନ୍ଦ୍ରାପଡା: ଆଳି କଂଗ୍ରେସ ବିଧାୟକ ପ୍ରାର୍ଥିନୀ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ଯୌତୁକ ନିର୍ଯାତନା । ଡାକ୍ତର ସ୍ବାମୀଙ୍କ ସମେତ ଶାଶୁଘର । ଲୋକେ ଯୌତୁକ ଦାବି କରି ନିର୍ଯାତନା ସହ ମାରପିଟ୍ କରୁଥିଲେ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ନିଜେ ଦେବସ୍ମିତା । ଆଳି ଥାନାରେ ଏନେଇ ଏତଲା ଦାୟର କରିବା ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏପରିକି ତାଙ୍କୁ ବହୁବାର ସିଗାରେଟ୍ ଚେଙ୍କ ଦିଆଯାଇଛି, ବାଥରୁମ୍ କବାଟ ବାହାରୁ ବନ୍ଦ କରି ହତ୍ୟା ଉଦ୍ୟମ କରାଯାଇଛି ।

ଖାଲି ସେତିକି ନୁହେଁ, ମୁହଁରେ ତକିଆ ମାଡି ଶ୍ବାସରୁଦ୍ଧ କରି ମାରିବାକୁ ଚେଷ୍ଟା କରାଯାଇଥିବା ଦେବସ୍ମିତା ଏତଲାରେ ଦର୍ଶାଇଛନ୍ତି । 2022 ମସିହା ଡିସେମ୍ବର 14ରେ କଟକ ବକ୍ସିବଜାର ପେଟିନ ସାହି ଶାନ୍ତି କୁଟୀର ନିବାସୀ ରାହୁଲ ପ୍ରତାପ ରାୟଙ୍କ ସହ ବିବାହ କରିଥିଲେ ଦେବସ୍ମିତା । ସ୍ବାମୀ ରାହୁଲ ପ୍ରତାପ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଡାକ୍ତର ଅଛନ୍ତି । ବିବାହର ମାତ୍ର 20ରୁ 25 ଦିନ ପରେ ସ୍ବାମୀ, ଶ୍ବଶୁର, ପିଉସା ଶ୍ବଶୁର, ପିଉସା ଶାଶୁ ସମସ୍ତେ ମିଶି ତାଙ୍କୁ ଅଧିକ ଯୌତୁକ ଆଣିବାକୁ କହି ଗାଳି ଗୁଲଜ କରିଥିଲେ ।

ବାପା ଜଣେ ପୂର୍ବତନ ବିଧାୟକ ହୋଇଥିଲେ ମଧ୍ୟ ସେ ଅଳ୍ପ ଯୌତୁକ ଆଣିଛନ୍ତି କହି ଦେବସ୍ମିତାଙ୍କୁ ଅପମାନିତ କରାଯାଇଥିଲା । ତାଙ୍କୁ ଘରୁ ବାହାର କରିଦେବାର ଧମକ ଦେଇଥିଲେ । ନ୍ୟାୟ ପାଇଁ ଗୁହାରି କରିଛନ୍ତି ଦେବସ୍ମିତା ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Aul Congress MLA Candidate Debasmita Sharma compliants-dowry-against-in-laws-family | Argus News