Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିର୍ବାଚନକୁ ନେଇ ଏବେ ଆଳି ରାଜନୀତି ଫୁଲ ଗରମ

Odisha

ନିର୍ବାଚନକୁ ନେଇ ଏବେ ଆଳି ରାଜନୀତି ଫୁଲ ଗରମ

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନକୁ ନେଇ ଏବେ ଆଳି ରାଜନୀତି ଫୁଲ ଗରମ

ଲୋକଙ୍କ ଭରସାରେ ନାହାନ୍ତି ଆଳିର ସାନ ବାବୁ !
ନିର୍ବାଚନକୁ ନେଇ ଏବେ ଆଳି ରାଜନୀତି ଫୁଲ ଗରମ
କେତେ ଭୋଟ ପାଇବେ ଅଙ୍କ କଷୁଛନ୍ତି ଆଳିର ପ୍ରତାପ ଦେବ
 

ଅର୍ଗସ ବ୍ୟୁରୋ : ବିଜେଡି ଘୋଷଣା କରିଛି ୭୧ ବିଧାନସଭା ପ୍ରାର୍ଥୀ । ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ବାକି ନେତା ରିପିଟ୍ ହୋଇଛନ୍ତି । ଏହା ଭିତରେ ଅଛନ୍ତି ଆଳିର ବିଧାୟକ ବା ମନ୍ତ୍ରୀ ପ୍ରତାପ ଦେବ । ପୁଣି ତାଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ । କିନ୍ତୁ ପ୍ରତାପ ଦେବ ଉପରେ ଭରାଷା କରୁନାହାନ୍ତି ଆଳି ଓ କନିକାବାସୀ ।

କଡ ଲେଉଟାଇବ କି ଆଳି ନିର୍ବାଚନ ମଣ୍ଡଳୀର ରାଜନୀତି । ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବିରୋଧର ରହିଛି ଅନେକ ବିବାଦ । ଲୋକଙ୍କ ସହ ନ ରହିବାର ଅଭିଯୋଗ ମଧ୍ୟ ରହିଛି । ବିକାଶ ମୂଳକ କାମ ତ ହେଉନି । ବିନା ପିସିରେ କୌଣସି କାମ ବି ହେଉନି । ଆଗକୁ ନିର୍ବାଚନ କିଛି କିଛି ଦିନ ଥିବାବେଳେ ଆଳି ବିଜେଡିରେ ଦେଖାଦେଛି ଗୋଷ୍ଠୀ କନ୍ଦଳ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଳି ନିର୍ବାଚନ ମଣ୍ଡଳୀ, ଆଳି ଓ କନିକା ବ୍ଲକକୁ ନେଇ ଗଠିତ । ହେଲେ ଏହି ଦୁଇ ବ୍ଲକରେ ଅନେକ ବିବାଦରେ ଛନ୍ଦି ହୋଇ ରହିଛନ୍ତି ଆଳି ବିଧାୟକ ତଥା ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ । ବେଆଇନ ବାଲି ଚୋରା ଚାଲାଣ ଠାରୁ ଆରମ୍ଭ କରି ଖରସ୍ରୋତା ବଞ୍ଚାଅ ପରି ଅନେକ ବିବାଦରେ ଛନ୍ଦି ହୋଇଥିଲେ ସାନ ବାବୁ । ଯାହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ଆଉ ଶିଳ୍ପ ମନ୍ତ୍ରୀଙ୍କ ଜିଲ୍ଲା ଏବେବି ଶିଳ୍ପ ଶୂନ୍ୟ ।  

ସେହିଭଳି, ଓଡିଶାର ପରିଚୟ କିଏ ? ଜଗନ୍ନାଥ ନା ନବୀନ ? ଯାହାକୁ ନେଇ ମନ୍ତ୍ରୀ ପ୍ରତାପ ଦେବ ନବୀନଙ୍କୁ ଓଡିଶାର ପରିଚୟ ବୋଲି କହିଥିଲେ । ଥରେ ଶୁଣୁ ନାହାନ୍ତି କଣ କହୁଛନ୍ତି ମନ୍ତ୍ରୀ । ପରେ ଏହାକୁ ନେଇ ସୃଷ୍ଟି ହୋଇଥିଲା ତୁମ୍ବିତୋଫାନ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିବା ସହିତ ମନ୍ତ୍ରୀ ତୁରନ୍ତ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ବି ଉଠିଥିଲା । ସାଧାରଣ ନିର୍ବାଚନକୁ କିଛି କିଛି ଦିନ ବାକିଥିବା ବେଳେ । କଣ ପରିବର୍ତ୍ତନ ହବ ଆଳି ନିର୍ବାଚନ ମଣ୍ଡଳୀରେ ତାହା ଉପରେ ସମସ୍ତଙ୍କ ନଜର ।
 

Painting
Sponsored
aul election issue | Argus News