Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରତାପଙ୍କର ବଢୁଛି ଅଡୁଆ, ପିଛା ଛାଡ଼ୁନି ଖରସ୍ରୋତା ବିବାଦ

Odisha

ପ୍ରତାପଙ୍କର ବଢୁଛି ଅଡୁଆ, ପିଛା ଛାଡ଼ୁନି ଖରସ୍ରୋତା ବିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ପ୍ରତାପଙ୍କର ବଢୁଛି ଅଡୁଆ, ପିଛା ଛାଡ଼ୁନି ଖରସ୍ରୋତା ବିବାଦ

ପ୍ରତାପଙ୍କର ବଢୁଛି ଅଡୁଆ
ବିଜେଡି ହେଲାଣି ଫାଳଫାଳ
କେତେ ବେଳେ ଫାଟିଯିବ ଶଙ୍ଖ
 

ଅର୍ଗସ ବ୍ୟୁରୋ : ଚାଲିଛି ନିର୍ବାଚନୀ ଋତୁ । ବିଜେପି, ବିଜେଡ଼ି ଓ କଂଗ୍ରେସ ଭିତରେ ଚାଲିଛି କଡ଼ା ପ୍ରତିଯୋଗିତା । କିଏ ମରିବ ବାଜି । ଯାହାକୁ ନେଇ ଏବେ ଟେନସନରେ ଆଳି ବିଜେଡ଼ି ନେତା । ଏଥର ଆଳି ନିର୍ବାଚନମଣ୍ଡଳୀରୁ ପ୍ରତାପ ଦେବଙ୍କ ବିଜେଡ଼ି ଦେଇଛି ଟିକେଟ୍ । କିନ୍ତୁ ପ୍ରତାପ ଦେବଙ୍କୁ ରାତିରେ ହୋଉନି ନିଦ କାରଣ ତାଙ୍କ ଚିନ୍ତାର କାରଣ ଏବେ ବିଜେପି । ଯାହାକୁ ନେଇ ଏବେ ଫୁଲ ଟେନସନରେ ଆଳିର ସାନ ବାବୁ । ଶୁଣି ବାକୁ ମିଳୁଛି ପ୍ରତାପ ଦେବ ଏଥର ଜିତିବା କଷ୍ଟକର ହୋଇ ପଡ଼ିବ ! କାରଣ ଏଥର ତାଙ୍କୁ ଚେକ୍ ଦେବ ବିଜେପି ବିଜେପି ବିଧାୟକ ପ୍ରାର୍ଥୀ  କୃଷ୍ଣ ଚନ୍ଦ୍ର ପଣ୍ଡା ।

ଏଥର ଆଳି ନିର୍ବାଚନ ମଣ୍ଡଳରେ ବୋହୁଛି ବିଜେପି ହାଓଆ । ଯୁଆଡ଼େ ଗଲେ ଦେଖି ବାକୁ ମିଳୁଛି ମୋଦିଙ୍କ ଗୁଣଗାନ । ସେପଟେ ବିଜେପିର ଯୁବ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା ଏବେ ଆଳି ନିର୍ବାଚନମଣ୍ଡଳୀରେ ସଂପୂର୍ଣ୍ଣ ଆକ୍ଟିଭ୍ । ଆଉ ତାଙ୍କ ଉପରେ ଭରଷା କରିଛି ବିଜେପି । ଗତ ପଂଚାୟତ ନିର୍ବାଚନପରଠାରୁ ଗାଁକୁ ଗାଁ ବୁଲି ସଂଗଠନ ଆରମ୍ଭ କରିଛନ୍ତି । ତାଙ୍କ ସହିତ ଆଳିର ଅନେକ ଯୁବକ ଅଛନ୍ତି । ସବୁ କଥାରେ ସମସ୍ତଙ୍କ ପାଖରେ ସେ ପହଂଚି ଯାଉଛନ୍ତି । ଯେଉଁଥି ପାଇଁ ତାଙ୍କର ପ୍ରଭାବ ଧିରେ ଧିରେ ବଢ଼ିବାରେ ଲାଗିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ଏଥର ନିର୍ବାଚନରେ ବିଜେଡିକୁ ଘାରିଛି ପରାଜୟର ଭୟ । କାରଣ, ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ବେଳେ ସାଧାରଣ ଲୋକଙ୍କୁ ପୋଲିସ ଲଗାଇ ପିଟିବା, ସେମାନଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିବା ଭଳି ଘଟଣା ଏବେ ଲୋକମାନଙ୍କ ମନରୁ ଲିଭି ନାହିଁ । ସେମାନେ ନିର୍ବାଚନକୁ ଅପେକ୍ଷା କରି ବସିଥିଲେ । ସମସ୍ତେ ଭୋଟ ନ ଦେବେ ନାହିଁ କିନ୍ତୁ ପ୍ରତାପ ଦେବଙ୍କୁ ଦେବେ ନାହିଁ ବୋଲି କହିଥିଲେ । 

ସେହିପରି ରାଜବାଟୀ ନିକଟରୁ ବେଆଇନ ବାଲି ଉଠାଣକୁ ନେଇ ସ୍ଥାନୀୟ ଲୋକ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । ଶେଷରେ ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି ଓ ପାୱାର କଟକୁ ନେଇ ମଧ୍ୟ ସାରା ରାଜ୍ୟରେ ଅସନ୍ତୋଷ ରହିବା ସହିତ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଛି । ସେପଟେ କଂଗ୍ରେସ ତାର ଆଳି ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ । ଦେଖିବାକୁ ବାକି ରହିଲା କେତେ ଅଡ଼ୁଆରେ ପଡ଼ୁଛନ୍ତି ବିଧାୟକ ପ୍ରତାପ ଦେବ ।
 

Sponsored
Aul People Remains Dissatisfied with MLA Pratap Keshari Dev's Self-Centered Development Approach | Argus News