Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୋକାନ ଜାଳିଦେଲେ ଦୁର୍ବୁତ୍ତ

Jitendra Dash
Browse all articles by Jitendra Dash
·2 years ago
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୋକାନ ଜାଳିଦେଲେ ଦୁର୍ବୁତ୍ତ

ଅର୍ଗସ ବ୍ୟୁରୋ : ପୂର୍ବ ଶତ୍ରୁତାରୁ କେବିନ ଜାଳିଦେଲେ ଦୁର୍ବୁତ୍ତ । ଏଭଳି ଏକ ଅଭିଯୋଗ ଆଣିଛନ୍ତି ଆଳି ଥାନା ଗଉଡ଼ପାଟଣା ଗ୍ରାମର କୁସୁମ ପରିଡା । କୁସୁମ ଆଳି ନୂଆ ବସଷ୍ଟାଣ୍ଡ ନିକଟରେ ଗତ ୪ ମାସ ପୂର୍ବେ ଏକ କେବିନ ପକାଇ ଭେରାଇଟି ଷ୍ଟୋର କରି ପରିବାର ଚଳାଉଥିଲେ । ଗତ ରାତି ପ୍ରାୟ ୮ ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାତି ପ୍ରାୟ ୨ ଟା ସମୟରେ ଦୋକାନ ଜଳୁଥିବା ନେଇ ଖବର ପାଇ ଆସି ଦୋକାନ ଜଳୁଥିବା ଦେଖିବାକୁ ପାଇଥିଲେ । ନିଆଁରେ କେବିନ ସହିତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଦୋକାନ ନିକଟରେ ଏକ ସାବଳ ପଡିଥିବାରୁ କେହି ଦୁର୍ବୁତ୍ତ ଏଭଳି କରିଥିବା ନେଇ ଆଳି ଥାନାରେ ଅଭିଯୋଗ କରିଛନ୍ତି କୁସୁମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aul Store room Fire | Argus News