`ବିଳମ୍ବରେ NEP ଲାଗୁ ହେଲେ ମଧ୍ୟ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ'

Key Points
`ସ୍ବାଧୀନତା ପରେ ମଧ୍ୟ ଆମେ 70 ବର୍ଷ ଧରି ବ୍ରିଟିଶ ଶିକ୍ଷା ପଦ୍ଧତିକୁ ଗ୍ରହଣ କରିଆସିଥିଲୁ '
`ବିଳମ୍ବରେ NEP ଲାଗୁ ହେଲେ ମଧ୍ୟ ମଧ୍ୟ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ'
`ସବୁ କ୍ଷେତ୍ରରେ ପାରଙ୍ଗମତା ହାସଲ ପାଇଁ ଗଢ଼ା ହୋଇଛି ଜାତୀୟ ଶିକ୍ଷା ନୀତି'
`ନୂତନ ଶିକ୍ଷାନୀତି ପ୍ରଚଳନ ଓଡ଼ିଶା ତଥା ଭାରତକୁ ରୁଦ୍ଧିମନ୍ତ କରିବ'
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆରମ୍ଭ ହୋଇଯାଇଛି ୩ ଦିନିଆ କର୍ମଶାଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟର ମିଳିତ ଉଦ୍ୟମରେ ଏଭଳି ଜାତୀୟ ଶିକ୍ଷାନୀତି ଓଡ଼ିଶାରେ ୨୦୨୦ ଲାଗୁ ହୋଇପାରିଛି । ସଶକ୍ତ ବିଦ୍ୟାର୍ଥୀ ଗଠନ କରିବାର ଏହା ଏକ ମୂଳଦୁଆ । NEP ୨୦୨୦କୁ ୫ ବର୍ଷ ପରେ ଆମେ ଓଡ଼ିଶାରେ ଲାଗୁ କରୁଛେ । ୫+୩+୩+୪ ଢାଞ୍ଚା ପିଲାଙ୍କ ମନ ଭିତରେ ନୂଆ ଉନ୍ମାଦନା ଆଣିବ । କେବଳ ପାଠ ନୁହେଁ ଖେଳକୁଦ ମାଧ୍ୟମରେ ଶିକ୍ଷାର ବ୍ୟାପକ ପରିବର୍ତ୍ତନ ହେବ ।
ଆସନ୍ତା ୩ ରୁ ୫ ଶିଶୁ ବାଟିକା ପାଇଁ ରାଜ୍ୟ ବଜେଟରୁ ମାନବ ସମ୍ବଳ ଏବଂ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ସ୍କୁଲରେ ଏବେ ବି ଭିତ୍ତିଭୂମି ନାହିଁ । ନୂଆ ସରକାର ଆସିଛି ତେଣୁ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମିକୁ ଗ୍ରହଣୀୟତା ଓ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ ପାଇଁ ଆଜିଠୁ 3 ଦିନିଆ କର୍ମଶାଳା
📱 Get Argus News App
✨ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଜେଟ ୧୩. ୪ ପ୍ରତିଶତକୁ ବଢାଯାଇ ୩୫ ହଜାର ୫୩୬ କୋଟି ଟଙ୍କାର ଖର୍ଚ୍ଚ କରାଯିବ । ଅନେକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ୧ ଲକ୍ଷ ୬୦ ହଜାର ପିଲାଙ୍କ ପାଇଁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଦେଇଛନ୍ତି ସରକାର । ପ୍ରତି ପିଲାଙ୍କୁ ମିଳୁଛି ୫ ହଜାର ଟଙ୍କା । ବିଗତ ସରକାର ଆଦୌ ଭିତ୍ତିଭୂମିକୁ ଗୁରୁତ୍ବ ଦେଇନଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ ଆରମ୍ଭ ହେଉଛି ୩ ଦିନିଆ କର୍ମଶାଳା। କାର୍ଯ୍ୟକ୍ରମରେ ୧୭ ଜଣିଆ କମିଟିର ସମସ୍ତ ସଦସ୍ୟ ଏବଂ ଚେୟାରମ୍ୟାନ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ଅଛନ୍ତି । ଆଜିର ଆଲୋଚନା ଚକ୍ର ପରେ ଆସନ୍ତାକାଲିଠୁ ୨ ଦିନିଆ ୧୦ଟି ଗ୍ରୁପ ଡିସକସନ ହେବ ବୋଲି ପ୍ରଫେସର ପ୍ରଧାନ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
