Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଲିଠୁ ପଞ୍ଚୁକ : ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଇଁ ବ୍ୟାପକ ପ୍ରସ୍ତୁତି

Odisha

କାଲିଠୁ ପଞ୍ଚୁକ : ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଇଁ ବ୍ୟାପକ ପ୍ରସ୍ତୁତି

Jitendra Dash
Browse all articles by Jitendra Dash
·2 years ago·2 min read
କାଲିଠୁ ପଞ୍ଚୁକ : ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଇଁ ବ୍ୟାପକ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : ସରି ଆସୁଛି ମହାକାର୍ତ୍ତିକ ବ୍ରତ । ଆସନ୍ତା କାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ବୋଲି କୁହାଯାଉଥିବା ବେଳେ ଏହି ପାଞ୍ଚ ଦିନକୁ ମାସ ଓ ବର୍ଷଯାକର ସବୁଠାରୁ ବଡ଼ ପବିତ୍ର ଦିନ ବୋଲି କୁହାଯାଏ । ଏଥିପାଇଁ ପୁରୀରେ ଭକ୍ତ ଓ ହବିଷ୍ୟାଳୀଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ କରିପାରିନଥାନ୍ତି ସେମାନେ ଏହି ପଞ୍ଚୁକ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ବାସ ରହିଛି ।

 

ପଞ୍ଚକର ପ୍ରଥମ ଦିବସ ବଡ଼ ଏକାଦସୀ ତିଥିରେ ପଡ଼ିଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ । ତେବେ ଆଜିଠାରୁ ଶ୍ରୀକ୍ଷେତ୍ରକୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇ ଥିବାବେଳେ ସମଗ୍ର ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଞ୍ଚଚଳ ହୋଇପଡିଛି । ଅନ୍ୟପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟକରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ୱତନ୍ତ୍ର ବ୍ୟାରିକେଡରେ ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ପଞ୍ଚୁକ ପାଇଁ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ସମସ୍ତ ଉଠା ଦୋକାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ସେପଟେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଥିବା ପ୍ରଶାସନ ଏବେ ଗରିବ ନୀରିହ ଉଠାଦୋକାନୀଙ୍କ ଉପରେ ଜୁଲମ୍ ଆରମ୍ଭ କରିଛି । ପ୍ରଶାସନ ସେମାନଙ୍କୁ ପଞ୍ଚୁକ ପାଞ୍ଚଦିନ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବାରୁ ସେମାନେ ଭୟରେ ପ୍ରଶାସନ କଥା ମାନି ଦୋକାନ ବନ୍ଦ ରଖିବା ସହ ସମସ୍ତ ଆସବାବପତ୍ର ଘୋଡାଉଥିବା ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ତେବେ ଲଗାତାର କିଛିଦିନ ଧରି ଯେଉଁଭଳି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି, ତାହା ପଞ୍ଚୁକ ପାଞ୍ଚଦିନରେ ପୁନରାବୃତ୍ତି ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
 

Sponsored
Auspicious Panchuka begins with Bada Ekadashi | Argus News