Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଲଟି ପଡ଼ିଲା ଅଟୋ, ଗୋଟିଏ ପରିବାରର ପାଞ୍ଚ ଆହତ  

Manini Pattanayak
Browse all articles by Manini Pattanayak
·2 years ago
ଓଲଟି ପଡ଼ିଲା ଅଟୋ, ଗୋଟିଏ ପରିବାରର ପାଞ୍ଚ ଆହତ  

 କୋରାପୁଟ : କୋରାପୁଟ ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପାଲୁରୁ ବିଏସଏଫ କ୍ୟାମ୍ପ ନିକଟରେ  ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଟୋରେ ଥିବା ଗୋଟିଏ ପରିବାର ପାଞ୍ଚ ଜଣ ଆହତ । ଆହାତଙ୍କୁ ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ  ପ୍ରାଥମିକ ଚିକିତ୍ସା କରାଯାଇଛି ।  ମା ଓ  ଏକ ବର୍ଷର କୁନି ପୁଅର ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମୁଖ୍ୟ ଚିକିତ୍ସଲୟକୁ ପଠାଯାଇଛି । 

ସୂଚନା ଥାଉ ଅଟୋ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡ଼ିଥିଲା । ଫଳରେ ଅଟୋ ରେ ଥିବା ଯାତ୍ରୀ ଅଟୋ ତଳେ ଚାପି ହୋଇ ଯାଇଥିଲେ। ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଦେଖି ସମସ୍ତଙ୍କୁ ଉଦ୍ଧାର କରି ନାରାୟଣପାଟଣା ଗୋଷ୍ଠି କେନ୍ଦ୍ର କୁ ପଠାଇ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Auto overturned, five injured in a family, An auto overturned on the road and caused an accident. | Argus News