Videos
|
Odisha

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ

Ritu Das
Browse all articles by Ritu Das
·2 years ago
ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ

ଅର୍ଗସ ବ୍ୟୁରୋ: ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜାତୀୟ ରାଜପଥ 20ର ରାମଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାସ୍ତା ତଳକୁ ଖସି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। 

ରାମଚନ୍ଦ୍ରପୁର ଥାନା ପଞ୍ଚରା ଗାଁର ରାଇଲା ବିବି ତାଙ୍କ ଝିଅ ଓ ନାତୁଣୀକୁ ଧରି ତରାକୁଟିରୁ ଗାଁକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ରାଇଲା ବିବିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଓ ନାତୁଣୀ ଗୁରୁତର ହୋଇ ହୋଇ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Auto overturns | Argus News