ଅଟୋ ରିକ୍ସାକୁ ଚାପିଦେଲା ହାଇୱା: ୫ ମୃତ
·2 years ago

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ରିକ୍ସାକୁ ଚାପିଦେଲା ହାଇୱା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଟୋରେ ମୋଟ ୭ ଜଣ ନିକଟସ୍ଥ ଗାଁକୁ ଯିବା ବେଳେ ଧକ୍କା ଦେଇଥିଲା ବାଲି ବୋଝେଇ ହାଇୱା । ତେବେ ସମସ୍ତ ମୃତକ ଟାଉନ ଥାନା ବଗିଚାପଡାର ହୋଇଥିବା ସୂଚନା ।
ବଣଭୋଜି ସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା । ଟ୍ରକ ଓ ହାଇୱ ୨୦ ଫୁଟ୍ ତଳକୁ ଖସି ପଡିଥିବା ବେଳେ ଜେସିବି ଦ୍ବାରା ଏହାକୁ ଉଠାଇବାକୁ ଚେଷ୍ଟା ଜାରି ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: